ଭାରତୀୟ ଷ୍ଟେଟ ବ୍ୟାଙ୍କ ଲକ୍ଷ୍ମୀପୁର ଶାଖାରୁ ଦେଢ଼ କେଜି ସୁନା ଚୋରୀ, ପୁଲିସର ଜୋରଦାର ତନାଘନା

ନାରାୟଣପାଟଣା: ଭାରତୀୟ ଷ୍ଟେଟ ବ୍ୟାଙ୍କ ଲକ୍ଷ୍ମୀପୁର ଶାଖାରୁ ଦେଢ଼ କେଜିରୁ ଅଧିକ ସୁନା ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଶାଖା ପରିଚାଳକଙ୍କ ପକ୍ଷରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଲକ୍ଷ୍ମପୁର ଶାଖାରୁ ମୋଟ ୧କେଜି ୬୦୦ଗ୍ରାମ ସୁନା ଚୋରୀ ନେଇ ଥାନାରେ ଏତଲା ଦିଆଯାଇଛି। ବ୍ୟାଙ୍କ ପରିଚାଳକଙ୍କ ଏତଲା ପରେ ପୁଲିସର ତନାଘନା ଆରମ୍ଭ ହୋଇଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ପୁଲିସ ପକ୍ଷରୁ ଜୋରଦାର ତନାଘନା ଚାଲିଛି। ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଛି।

ଅନ୍ୟପକ୍ଷରେ କେବେ ଓ କିପରି ଏତେ ସୁନା ଚୋରି ହୋଇଛି, ସେ ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ପୁଲିସ୍ ପକ୍ଷରୁ ଗଣମାଧ୍ୟମକୁ କିଛି ସୂଚନା ଦିଆଯାଇ ନାହିଁ। ତଦନ୍ତ ଜାରି ରହିଥିବାରୁ ପରେ ସମ୍ପୂର୍ଣ୍ଣ ସୂଚନା ଦିଆଯିବ ବୋଲି କହିଛନ୍ତି ଲକ୍ଷ୍ମୀପୁର ଏସ୍‌ଡିପିଓ ଅଶ୍ୱିନ କୁମାର ନାୟକ।

Comments are closed.