ଭଙ୍ଗା କାନ୍ଥ ପଡି ଜଣେ ମୃତ

ଲକ୍ଷ୍ମୀପୁର: କାନ୍ଥ ପଡି଼ କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଉପର କୁଟିଙ୍ଗା ଗ୍ରାମରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ଏକ ଭଙ୍ଗା ଘର ନିକଟରେ କିଛି ଲୋକ ବସିଥିଲେ। ସେହି ଗ୍ରାମର ଚିତ୍ରୁ ମିଣିଆକା (୬୦) ବର୍ଷଙ୍କ ସହିତ ଅନ୍ୟ କିଛି ବସିଥିଲେ। ତେବେ ହଠାତ୍ କାନ୍ଥଟି ପଡ଼ି ଯାଇଥିଲା। କାନ୍ଥ ତଳେ ଚିତ୍ରୁ ଚାପି ହୋଇ ଯାଇଥିଲା ବେଳେ ଅନ୍ୟ କିଛି ଦୌଡି ପଳାଇ ଯିବାରୁ ରକ୍ଷା ପାଇ ଯାଇଥିଲେ। ଚିତ୍ରୁଙ୍କୁ ଗୁରୁତର ଆହତ ଅବସରରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା, ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ ନଥିବା ଭଙ୍ଗା କାନ୍ଥଟି ବର୍ଷା ପାଣି ଖାଇ ଦୁର୍ବଳ ହୋଇ ଯାଇଥିବା ଯୋଗୁଁ ପଡି ଯାଇଥିବା ଜଣାପଡିଛି।

Comments are closed.