MEllora 950×100

ଲକ୍ଷ୍ମୀପୁର ବ୍ଳକ ସ୍ତରୀୟ ପରବ ୨୦୨୨ ଉଦ୍ଘାଟିତ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ସ୍ତରୀୟ ପରବ ୨୦୨୨ ଶୁକ୍ରବାର ଉଦ୍ଘାଟିତ ହୋଇଛି। ଗ୍ରାମର ଅଧିଷ୍ଠାତ୍ରୀ ମା’ ମୁତ୍ୟାଲୁ ମା’ ଙ୍କ ମନ୍ଦିରୁ ମସାଲ ଶୋଭାଯାତ୍ରା ଆସି ପରେ ମିନି ଷ୍ଟାଡିଅମ ସ୍ଥିତ ପରବ ପଡିଆରେ ଏହାକୁ ସ୍ବାଗତ କରାଯାଇ ସ୍ଥାପନ କରାଯାଇଥିଲା। ଆଜି ଦିନ ତମାମ ଆଦିମ ଜନଜାତିର ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହେବ। ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ଏହାକୁ କିପରି ସରସ ସୁନ୍ଦର କରାଯାଇ ପାରିବ ସେନେଇ ଯୁବ ଗୋଷ୍ଠୀ ଊନ୍ନୟନ ପ୍ରିତିରଞ୍ଜନ ରଥ ଉଦ୍ୟମ ଜାରି ରଖିଛନ୍ତି। ସେହିପରି ବ୍ଲକର ଦଳ ମତ ନିର୍ବିଶେଷରେ ନେତାମାନେ ଏଥିରେ ସାମିଲ ହୋଇଛନ୍ତି।
ପରବ ଭଳି ଏକ ଉତ୍ସବର ୧୯୯୬ ମସିହାରେ ତତ୍କାଳୀନ ଜିଲାପାଳ ସଞ୍ଜିବ କୁମାର ଛୋପ୍ରାଙ୍କ ସମୟରେ ଜିଲାରେ ଆରମ୍ଭ ହୋଇଥିଲା। ଉଦ୍ଦେଶ୍ୟ ଥିଲା ଆଦିମ ଜନଜାତିର କଳା ଓ ସଂସ୍କୃତି ବଣ ମଲ୍ଲୀ ପରି ବଣରେ ମଉଳି ଯାଉଥିବାରୁ ତାହାର ଅନ୍ବେଷଣ ପାଇଁ ଆରମ୍ଭ ହୋଇଥିବା କୋରାପୁଟିଆ ପରବ ଯାହା ଆଜି ଜାତୀୟ ସ୍ତରର ମାନ୍ୟତା ପାଇଛି। ସଂଧ୍ୟାରେ ଉକ୍ତ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ ଜିଲା ସ୍ତରୀୟ ଅଧିକାରୀଙ୍କ ସହିତ ନେତୃମଣ୍ଡଳୀ ମାନେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି।

Comments are closed.