ମହୁମାଛି ଆକ୍ରମଣ: ଶିଶୁ ମୃତ୍ୟୁ, ମା’ ଗୁରୁତର ଆହତ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ମହୁମାଛି ଆକ୍ରମଣରେ ଦୁଇ ବର୍ଷ ର ଏକ ଶିଶୁପୁତ୍ରର ମୃତ୍ୟୁ ହେବା ସହିତ ତା’ ର ମା’ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଏହି ବ୍ଲକର ତୁନପାର  ଗ୍ରାମପଞ୍ଚାୟତ ଅନ୍ତର୍ଗତ  ମାଳବାଉଁଶ ଗ୍ରାମରେ ଗୁରୁବାର ମୁକୁଲି ମିଣିଆକାଙ୍କ ପତ୍ନୀ ସଇତା ଦିଶାରୀ ନିଜର  ର ପୁଅ ବରୁଣ ମିଣିଆକା ନିଜ ଚାଷ ଜମିରେ ଘାସ ବାଜୁଥିବା ବେଳେ ତାଙ୍କର ୨ ବର୍ଷର ପୁଅ ସେଠାରେ ବସିଥିଲା ।

 

ତେବେ ଦିନ ପ୍ରାୟ ୨ ଟା ସମୟରେ ସେଠାରେ ଥିବା ଏକ ଗଛରୁ ହଠାତ୍ କିଛି ମହୁମାଛି ବାହାରି ପୁଅ ବରୁଣର ଦେହ ସାରା  କାମୁଡି ଦେଇଥିଲେ। ପୁଅର ଦେହରେ ଲାଗିଥିବା ମହୁମାଛି ଗୁଡ଼ିକୁ  ମା’ ସଇତା ବାହାର କରିବା ବେଳେ ମହୁମାଛି ଗୁଡ଼ିକ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ସେ ମଧ୍ୟ ଆହତ ହୋଇଛନ୍ତି। ଖଵର ପାଇ ତାଙ୍କ ସ୍ବାମୀ ଓ ଗ୍ରାମବାସୀମାନେ ମିଶି ଉଭୟଙ୍କୁ କାକିରିଗୁମ୍ମା ପ୍ରାଥମିକ  ଚିକିତ୍ସାଳୟରେ ନେଇ ଭର୍ତ୍ତି କରିଥିଲେ। ତେବେ ସେଠାରେ ୨ ବର୍ଷ ର ଶିଶୁଟିର ମୃତ୍ୟୁ ହୋଇଥିଲା। ଆହତ ସଇତା ଙ୍କୁ କାକିରିଗୁମା ରୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ  ଅଣାଯାଇ ଚିକିତ୍ସା କରାଯାଉଛି। ଆସନ୍ତାକାଲି ଶିଶୁଟିର ଶବକୁ ବ୍ୟବଚ୍ଛେଦ  ପରେ ପରିବାକୁ ହସ୍ତାନ୍ତର କରାଯିବ ।

Comments are closed.