କୁଟୁରାକୁ ଉଦ୍ଧାର କରି ବନବିଭାଗ ଜିମାଦେଲେ ଗ୍ରାମବାସୀ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ମହକୁମା ସ୍ଥିତ ପରଜା ସାହି ନିକଟରେ ବୁଧବାର ଗ୍ରାମବାସୀ ଏକ ଆହତ କୁଟୁରାକୁ ଉଦ୍ଧାର କରି ବନବିଭାଗ ଜିମା ଦେଇଥିବା ଜଣାପଡିଛି। ସୂଚନା ମୁତାବକ, ବୁଧବାର ସକାଳୁ ମୁତ୍ୟାଲୁ ମନ୍ଦିର ପାଖରେ ଆସି ଏହି କୁଟୁରାଟି ଚରୁଥିଲା। ତେବେ ବୁଲା କୁକୁର ମାନେ ଦେଖି ତା’ର ପିଛା କରିବା କାରଣରୁ ଜୀବନ ବିକଳରେ ସେ ଲକ୍ଷ୍ମୀପୁର ସଦର ମହକୁମା ସ୍ଥିତ ପରଜା ସାହି ଆଡ଼କୁ ଚାଲି ଆସିଥିଲା। ଆହତ ଅବସ୍ଥାରେ ଗ୍ରାମବାସୀ ମାନେ ତାକୁ ଉଦ୍ଧାର କରିଥିଲେ। ଖବର ପାଇ ଗ୍ରାମର ବହୁ ଲୋକ ଦେଖିବା ପାଇଁ ସେଠାକୁ ଦୌଡ଼ିଥିଲେ। ଉଦ୍ଧାର କରିବା ପରେ ଲୋକମାନେ ସ୍ଥାନୀୟ ବନବିଭାଗକୁ ଜଣାଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ଏକ ଆହତ କୁଟୁରାଟିକୁ ଆଣିବା ପରେ ଚିକିତ୍ସା କରିଥିବା ଜଣା ଯାଇଛି। ତେବେ ସୁସ୍ଥ ହେଲା ପରେ କୁଟୁରାଟିକୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ଆଗରୁ ନିକଟବର୍ତ୍ତି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ସବୁ ଥିଲା। ଯାହା ଫଳରେ ହରିଣ, ସମ୍ବର, ଝିଙ୍କ, ବାରାହା, ଠେକୁଆ, କୁଟୁରା ଆଦି ବନ୍ୟ ପ୍ରାଣୀ ମାନଙ୍କୁ ଆହାର ମିଳିବାରେ କିଛି ଅସୁବିଧା ହେଉ ନଥିଲା। ତେବେ ଲୋକ ମାନେ ଜଙ୍ଗଲ କାଟି ପଦା କରିବା ସହିତ ଜଙ୍ଗଲ କ୍ଷୟ ହେବା କାରଣରୁ ଏବଂ ପୋଡ଼ୁ ଚାଷ ଯୋଗୁଁ ଜଙ୍ଗଲ ଗୁଡ଼ିକ ପ୍ରାୟତଃ ଧ୍ୱଂଶ ହେବା ସହିତ ଶିକାରୀ ମାନଙ୍କ ଲୋଲପ ଦୃଷ୍ଟିରୁ ସେମାନେ ରକ୍ଷା ପାଇ ପାରୁ ନାହାନ୍ତି, ଯାହା ଫଳରେ ସେମାନଙ୍କ ବଂଶ ଲୋପ ପାଇବାକୁ ବସିଛି। କିନ୍ତୁ ଆହତ ଅବସ୍ଥାରେ ଏକ ନିରୀହ ଯନ୍ତୁ ଟିକୁ ଉଧାର କରି ଗ୍ରାମବାସୀ ମାନେ ବନବିଭାଗ ଜିମା ଦେଇଥିବାରୁ ସେମାନଙ୍କୁ ପ୍ରସଂଶା କରାଯାଇଛି।

Comments are closed.