ଲକ୍ଷ୍ମୀଙ୍କ ରେକର୍ଡ; ୫୮ ମିନିଟରେ ପ୍ରସ୍ତୁତ କଲେ ୪୬ ବ୍ୟଞ୍ଜନ

ଚେନ୍ନଇ : ମାତ୍ର ୫୮ମିନିଟରେ ୪୬ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ୟୁନିକୋ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡର ଅଧିକାରୀ ହୋଇଛନ୍ତି ତାମିଲନାଡୁ ବାଳିକା ଏସ.ଏନ ଲକ୍ଷ୍ମୀ ସାଇ ଶ୍ରୀ। ଘଣ୍ଟାକରୁ କମ୍ ସମୟରେ ଏତେ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିବାର କଳା ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି। ଚେନ୍ନଇରେ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲକ୍ଷ୍ମୀସାଇଙ୍କ ହାତର ଏହି ଚମତ୍କାରିତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ କେରଳର ୧୦ ବର୍ଷୀୟା ସାନଭୀଙ୍କ ନାମରେ ଏହି ରେକର୍ଡ ରହିଥିଲା। ସାନଭୀ ୧ ଘଣ୍ଟାରେ ପ୍ରାୟ ୩୦ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ଏହି ରେକର୍ଡ ଭାଙ୍ଗିବା ଲାଗି ଲକ୍ଷ୍ମୀଙ୍କ ବାପା-ମାଆ ଝିଅକୁ ପ୍ରଶିକ୍ଷିତ କରିଥିଲେ। ସେଥିପାଇଁ ଏହି ସଫଳତାର ଶ୍ରେୟ ମା’ ଏନ୍. କଳାଇମଙ୍ଗଲଙ୍କୁ ଦେଇଛନ୍ତି ଲକ୍ଷ୍ମୀ।