ବିବାଦ ତେଜିବା ପରେ ‘ଲକ୍ଷ୍ମୀବମ୍‍’ର ନାଁ ବଦଳାଇଲେ ନିର୍ମାତା

ମୁମ୍ବଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍‍’କୁ ନେଇ ଅନେକ ବିବାଦ ଦେଖାଦେବା ପରେ ଶେଷରେ ଏହାର ନାଁ ବଦଳାଇ ଦିଆଯାଇଛି। ନିର୍ମାତା ଫିଲ୍ମର ଟାଇଟଲରୁ ‘ବମ୍’ ହଟାଇ କେବଳ ‘ଲକ୍ଷ୍ମୀ’ ରଖିଛନ୍ତି। ଚଳଚ୍ଚିତ୍ରର ଟାଇଟଲ ବଦଳାଇବାକୁ କର୍ଣ୍ଣି ସେନା ପକ୍ଷରୁ ଫିଲ୍ମ ନିର୍ମାତାଙ୍କୁ ଏକ ଲିଗାଲ୍‍ ନୋଟିସ ପଠାଯାଇଥିଲା। ଫିଲ୍ମର ଟାଇଟଲ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ ଆଘାତ ପହଞ୍ଚାଇଛି। ଏହା ଦେବୀ ଲକ୍ଷ୍ମୀଙ୍କ ପ୍ରତି ଅପମାନଜନକ ଶବ୍ଦ ବୋଲି ନୋଟିସରେ କୁହାଯାଇଥିଲା। ନୋଟିସ ପାଇବା ପରେ ଫିଲ୍ମର ଟାଇଟଲକୁ ବଦଳାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରରେ ଅକ୍ଷୟ ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ହରର କମେଡି ଭିତ୍ତିକ ଚଳଚ୍ଚିତ୍ର। ନଭେମ୍ବର ୯ରେ ଡିଜ୍ନୀ ପ୍ଲସ ହଟଷ୍ଟାରରେ ଏହା ରିଲିଜ୍‍ ହେବ।

 

Comments are closed.