ଲାଉ ପାନମଧୁରୀ ଛଣା

ଆବଶ୍ୟକ ସାମଗ୍ରୀ
ଲାଉ – ୨କପ
ପିଆଜ – ୨ଟି (କଟା ହୋଇଥିବା)
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ବେସନ – ୨କପ
ଚାଉଳ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଲଙ୍କା – ୨ଟି
ପାନମଧୁରୀ – ଅଳ୍ପ
ବେକିଙ୍ଗ ସୋଢା – ଅଳ୍ପ
ଗୋଲମରିଚ ଗୁଣ୍ଡ – ସାମାନ୍ୟ
ଚାର୍ଟ ମସଲା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଲାଉକୁ କୋରି ଦିଅନ୍ତୁ। ଏହାପରେ ଏକ ପାତ୍ରରେ ବେସନ, ଚାଉଳଗୁଣ୍ଡ, ଲାଉ,ଲଙ୍କା ଗୁଣ୍ଡ, ଲଙ୍କା, ଲୁଣ, ପାନମଧୁରୀ, ପିଆଜ, ଚାର୍ଟ ମସଲା, ଗୋଲମରିଚ ଗୁଣ୍ଡ ମିଶାଇ କିଛି ସମୟ ରଖନ୍ତୁ। ଏହାପରେ ଏଥିରେ ସାମାନ୍ୟ ବେକିଙ୍ଗ ସୋଢା ପକାଇ ପୁଣି ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମିଶ୍ରଣରୁ ପକୁଡ଼ି ଛାଣି ଦିଅନ୍ତୁ। ଛାଣିବା ପରେ ଏକ ପାତ୍ରକୁ କାଢି ଟମାଟୋ ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ଲାଉ ପାନମଧୁରୀ ଛଣା ।

Comments are closed.