‘ସମାଜ’ ବିତରକଙ୍କ ମାତୃ ବିୟୋଗ

ଆଠଗଡ : ଆଠଗଡର ‘ସମାଜ’ ବିତରକ ଲାଲମୋହନ ସିଂହଙ୍କ ମା ତଥା ୰ଗୌର ଚନ୍ଦ୍ର ସିଂହଙ୍କ ଧର୍ମପତ୍ନୀ ଉର୍ମିଳା ସିଂହ(୭୦)ଙ୍କର ବୁଧବାର ପରଲୋକ ହୋଇ ଯାଇଛି। ଶ୍ରୀମତୀ ସିଂହ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଗତ କିଛିଦିନ ହେବ ଚିକିତ୍ସାଧିନ ଅବସ୍ଥାରେ ଥିଲେ। ସେଜଣେ ଅତ୍ୟନ୍ତ ସ୍ନେହଶୀଳା, ଧର୍ମପ୍ରାଣା ଏବଂ ପରୋପକାରୀ ମହିଳା ଭାବେ ସମସ୍ତଙ୍କର ଆଦରଣୀୟ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ପୁତ୍ର ଲାଲମୋହନ , ତିନିଝିଅ, ଜ୍ୱାଇଁ, ନାତିନାତୁଣୀଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ମାତ୍ରେ ବୀରକିଶୋରପୁର, କଙ୍ଗଡାସାହି, ମୈତ୍ରୀନଗର ଓ ଆଠଗଡ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ କଙ୍କଡାସାହିସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣକରିଥିଲେ। ବୀରକିଶୋରପୁର ଶ୍ମଶାନରେ ତାଙ୍କର ଶେଷକୃତ୍ୟସଂପନ୍ନ ହୋଇଥିବାବେଳେଏକମାତ୍ର ପୁତ୍ର ଲାଲମୋହନ ମୁଖାଗ୍ନି ଦେଇଥିଲେ।

Comments are closed.