ପ୍ରିନ୍ସ ଫିଲିପଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ଲଣ୍ଡନ: ବ୍ରିଟେନ ରାଜା ପ୍ରିନ୍ସ ଫିଲିପଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ରାଜକୀୟ ଶୋଭାଯାତ୍ରାରେ ଫିଲିପଙ୍କ କଫିନକୁ ଚର୍ଚ୍ଚକୁ ନିଆଯାଇଥିଲା। ସେଠାରେ ରାଜ ପରିବାରର ରୀତିନୀତି ଓ ପରମ୍ପରା ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। କରୋନା ମହାମାରୀ ଯୋଗୁ ରାଣୀ ଏଲିଜାବେଥ ୨ୟ ସରକାରଙ୍କ ନିର୍ଦେଶାବଳୀକୁ ସମ୍ମାନ ଜଣାଇ ଫିଲିପଙ୍କ ମରଶରୀର ଥିବା କଫିନଠାରୁ ଦୂରରେ ରହିଥିଲେ। କଳା ପୋଷାକ ପରିଧାନ କରିଥିବା ରାଣୀ ନତମସ୍ତକ ହୋଇ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା।

image courtesy: the royal family

ଗତ ଏପ୍ରିଲ ୯ ତାରିଖରେ ଫିଲିପଙ୍କ ପରଲୋକ ଘଟିଥିଲା। ଅନ୍ତିମ ସଂସ୍କାର ପାଇଁ ଫିଲିପଙ୍କୁ ୱିଣ୍ଡସର ଦୁର୍ଗରେ ସାମରିକ ତଥା ରାଜକୀୟ ପରମ୍ପରାରେ ସମ୍ମାନିତ କରାଯାଇଥିଲା। ସମସ୍ତ ରାଜକୀୟ ଶୋଭାଯାତ୍ରା ଏବଂ ଅନ୍ତିମ ସଂସ୍କାର ଲଣ୍ଡନଠାରୁ ୩୦ କିଲୋମିଟର ଦୂରରେ ଥିବା ୯୫୦ ବର୍ଷ ପୁରୁଣା ରାଜକୀୟ ବାସଭବନ ୱିଣ୍ଡସର ଦୁର୍ଗ ପରିସରରେ ହୋଇଥିଲା। ଜନସାଧାରଣଙ୍କ ଦୃଷ୍ଟି ଆଢୁଆଳରେ ଏହି ଶୋଭାଯାତ୍ରା ହୋଇଥିଲା ବେଳେ ଟେଲିଭିଜନରେ ଏହାର ସିଧାପ୍ରସାରଣ କରାଯାଇଥିଲା।

କରୋନା ମହାମାରୀ ଯୋଗୁ ଅନ୍ତିମ ସଂସ୍କାର ସ୍ଥଳକୁ ମାତ୍ର ୩୦ ଜଣଙ୍କୁ ଅନୁମତି ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ରାଣୀ, ତାଙ୍କର ୪ ସନ୍ତାନ ଏବଂ ୮ ନାତି ନାତୁଣୀ ରହିଥିଲେ।

Comments are closed.