ଜାମ୍ମୁରୁ ଲଶ୍କର ଆତଙ୍କବାଦୀ ଗିରଫ

ଜାମ୍ମୁ: ଜାମ୍ମୁ-କାଶ୍ମୀରର କୁଲ୍ଲନ ଗାନ୍ଦରବଲରେ ଏନକାଉଣ୍ଟର ସମୟରେ ଫେରାର ହୋଇଯାଇଥିବା ଲଶ୍କର ଆତଙ୍କବାଦୀକୁ ସେନା ଶୁକ୍ରବାର ରାତିରେ ଗିରଫ କରିଛି। ଏହି ଆତଙ୍କବାଦୀର ନାଁ ହେଉଛି ନିସାର ଅହମ୍ମଦ ଦାର୍‌। କୁଲ୍ଲନ ଗାନ୍ଦରବଲରେ ହୋଇଥିବା ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲା। କିନ୍ତୁ ନିସାର ବର୍ତ୍ତିଯିବା ସହିତ ଖସି ପଳାଇବାରେ ସକ୍ଷମ ହୋଇଥିଲା।

ଅନ୍ୟପଟେ ନୌସେରା ସବ୍‌ଡିଭିଜନର ସୀମାବର୍ତ୍ତି ଡବ୍ବର ଏବଂ ଅନ୍ୟ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଏଥିପାଇଁ ସେନା ଏବଂ ପୁଲିସ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେଶନ ଜାରି ରହିଛି। ୩ ଦିନ ଧରି ଚାଲିଥିବା ଏହି ସର୍ଚ୍ଚ ଅପରେଶନ ବେଳେ ନିସାର ଧରାପଡ଼ିଛି। ସକାଳ ୬ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟା ପରେ ଘରୁ ନ ବାହାରିବାକୁ ସେନା ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରାଯାଇଛି। ସର୍ଚ୍ଚ ଅପରେଶନ ବେଳେ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି।

Comments are closed.