ଲରିଅସ୍‌ କ୍ରୀଡ଼ା ପୁରସ୍କାର ଦୌଡ଼ରେ ତେନ୍ଦୁଲକର

ଲଣ୍ଡନ : ୨୦୦୦ରୁ ୨୦୨୦ ମସିହା ପର୍ଯ୍ୟନ୍ତ ‘ଲରିଅସ୍‌ ସ୍ପୋର୍ଟିଂ ମୁମେଣ୍ଟ’ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏହି ପୁରସ୍କାର ନିମନ୍ତେ ୨୦ଜଣଙ୍କ ନାମ ସଂକ୍ଷିପ୍ତ ତାଲିକାଭୁକ୍ତ କରିଛନ୍ତି ମନୋନୟନକାରୀ। ସେମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ରହିଥିବା ଜଣାପଡ଼ିଛି।

courtesy – Outlook India

ଭାରତ ତରଫରୁ ୫ଥର ବିଶ୍ବକପ୍‌ ଖେଳି ଚମ୍ପିଆନ୍‌ ଟ୍ରଫି ହାତରେ ଧରିବାର ସୁଯୋଗ ପାଇନଥିବା ତେନ୍ଦୁଲକରଙ୍କ ଆଶା ୨୦୧୧ରେ ପୂରଣ ହୋଇଥିଲା । ୨୦୧୧ ବିଶ୍ବକପ୍‌ରେ ଭାରତୀୟ ଦଳ ଦିନିକିଆ ବିଶ୍ବକପ୍‌ ଚମ୍ପିଆନ୍ ହୋଇଥିବା ବେଳେ ତେନ୍ଦୁଲକରଙ୍କୁ ସାଥୀ ଖେଳାଳିମାନେ କାନ୍ଧରେ ଉଠାଇ ପଡ଼ିଆ ଚାରିପଟେ ବୁଲିବା। ବିଶ୍ବକପ୍‌ ଟ୍ରଫି ହାତରେ ଧରିବା ସମୟରେ ତେନ୍ଦୁଲକରଙ୍କ ଆଖିରେ ଖୁସିର ଲୁହ ଆସିବା ପ୍ରସଙ୍ଗକୁ ଏହି ପୁରସ୍କାର ନିମନ୍ତେ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଥିବା ଜଣାପଡ଼ିଛି।
ଜାନୁଆରୀ ୧୦ରୁ ଫେବୃଆରୀ ୧୬ ପର୍ଯ୍ୟନ୍ତ ଭୋଟିଂ ଜାରି ରହିବ। ଫେବୃଆରୀ ୧୭ରେ ବର୍ଲିନ୍‌ରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ବିଜେତାଙ୍କୁ ପୁରସ୍କୃତ କରାଯିବ।

Comments are closed.