ଲରମ୍ଭା ମହାବିଦ୍ୟାଳୟରେ ଏବିଭିପିର ନୂତନ କ୍ୟାମ୍ପସ କମିଟି ଚୟନ

ରେଙ୍ଗାଲି କ୍ୟାମ୍ପ : ବରଗଡ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଆଜି ଲରମ୍ଭା ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଯିବା ସହ ନୂତନ କ୍ୟାମ୍ପସ କମିଟି ଗଠନ କରାଯାଇଛି।
ଯେଉଁଥିରେ ସଭାପତି ଭାବରେ ରୋନକ ଅଗ୍ରୱାଲ, ଉପ-ସଭାପତି ପୁଷ୍ପା ଭୁସଗାର, ସମ୍ପାଦକ ଅଭିଷେକ ଜେନା ଓ ସହ-ସମ୍ପାଦିକା ଭାବରେ ବୀଣାପାଣି କରଙ୍କୁ ଚୟନ କରାଯାଇଛି। ଏଥିରେ ଉପସ୍ଥିତ ଥିଲେ ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା, ଜିଲ୍ଲା ମିଡିଆ ପ୍ରମୁଖ ଅସୀମ ମିଶ୍ର, ଅତାବିରା ନଗର ସମ୍ପାଦକ ସାଗର ମିଶ୍ର ଓ ଜିଲ୍ଲା SFS ପ୍ରମୁଖ ଶ୍ରଵଣ ପରିଛା ପ୍ରମୁଖଙ୍କ ସହ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Comments are closed.