ଦିବ୍ୟାଙ୍ଗ ମୋଧାବୀ ଛାତ୍ରଙ୍କୁ ଲ୍ୟାପଟପ ପ୍ରଦାନ କଲେ ଜିଲାପାଳ

ଟିଟିଲାଗଡ଼- ରାଜ୍ୟ ସରକାରଙ୍କ ଏସଏସସି ପିଡି ଯୋଜନା କ୍ରମେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ଟିଟିଲାଗଡ ଅଞ୍ଚଳର ତିନି ଦିବ୍ୟାଙ୍ଗ ମେଧାବୀ ଛାତ୍ରଙ୍କୁ ଲ୍ୟାପଟପ ଉପହାର ପ୍ରଦାନ କରାଯାଇଛି ।

ଭାରପ୍ରାପ୍ତ ଟିଟିଲାଗଡ ଉପଜିଲାପାଳ ପ୍ରେମଲାଲ ହିଆଲ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ହେମାନନ୍ଦ ବିଶ୍ୱାଲ ପ୍ରମୁଖଙ୍କ ଉପସ୍ଥିତିରେ ସ୍ଥାନୀୟ ଅଭିଯୋଗ ପ୍ରକୋଷ୍ଠରେ ଲ୍ୟାପଟପ୍‌ ପ୍ରଦାନ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଦୁଖିଲା ବଗର୍ତ୍ତି, ତେଜମନ୍ତ ଭୋଇ, ଲିଙ୍ଗରାଜ ବାଗ ଜିଲାପାଳଙ୍କ ଠାରୁ ଲ୍ୟାପଟପ୍‌ ଗ୍ରହଣ କରିଥିଲେ ।

Comments are closed.