ଲାଞ୍ଜିଗଡ ଜଗନ୍ନାଥ ମନ୍ଦିର ରତ୍ନମୁଦ ପାଇଁ ଭବ୍ୟ କଳସ ଶୋଭାଯାତ୍ରା

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସହର ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିର ରତ୍ନମୁଦ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡର ଶହଶହ ମହିଳାମାନେ ଏହି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେମାନେ ସଂକୀର୍ତ୍ତନ ଦଳ ସହ ଘଣ୍ଟ ଶଙ୍ଖ ବଜାଇ ବଂଶଧାରା ନଦୀକୁ ଯାଇ ରୀତିନୀତି ଅନୁଯାଇ ପୁଜାର୍ଚ୍ଚନା କଲାପରେ ପାଣିଭର୍ତ୍ତି କଳସ ଧରି ଜଗନ୍ନାଥ ମନ୍ଦିର ପୁଜା ମଣ୍ଡପକୁ ଆଣି ସ୍ଥାପନ କରିଥିଲେ। ଏହି ରତ୍ନମୁଦ ପୁଜାରେ କର୍ତ୍ତାଭାବେ ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂଦେଓ ଓ ତାଙ୍କ ଧର୍ମପତ୍ନୀ ଗୈାରୀସ୍ୱପ୍ନା ସିଂଦେଓ, ଯୁଧିଷ୍ଟିର ପାତ୍ର ଓ ତାଙ୍କ ପତ୍ନୀ ଥିଲେ।

ମୁଖ୍ୟ ପୁଜକ ଭାବେ ଅନନ୍ତ ରଥ ଓ ତାଙ୍କ ସହଯୋଗୀ ଅଛନ୍ତି। ଜଗନ୍ନାଥ ମନ୍ଦିର କମିଟି ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ, ସମ୍ପାଦକ ଚନ୍ଦ୍ରଦ୍ୱଜ ପେସନିଆ, କୋଷାଧ୍ୟକ୍ଷ କାମରାଜ ଦଳବେହେରା ରହିଛନ୍ତି। ଲାଞ୍ଜିଗଡ ଠାରେ ନୂତନ ଭାବେ ନିର୍ମାଣଧିନ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ୧୮ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୦ତାରିଖରେ ଶେଷ ହେବ ବୋଲି ମନ୍ଦିର କମିଟି ସଭାପତି ପ୍ରକାଶ କରିଛନ୍ତି।

Comments are closed.