ତ୍ରିଲୋଚନପୁର ପଞ୍ଚାୟତ: ୨୦ ବର୍ଷ ପରେ ନବନିର୍ବାଚିତ ସରପଞ୍ଚ ନିକଟରେ ଲୋକଙ୍କ ଅଭିଯୋଗ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଅଭିନବ ପ୍ରୟାସ କ୍ରମରେ ପ୍ରତ୍ୟେକ ମଙ୍ଗଳବାର ଦିନ ବ୍ଲକର ପ୍ରତି ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆୟୋଜିତ ହେଉଛି। ୨୦ ବର୍ଷ ପରେ ତ୍ରିଲୋଚନପୁର ନବନିର୍ବାଚିତ ସରପଞ୍ଚ ଲଷ୍ମୀ ମାଝୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଲୋକେ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିଥିଲେ।

କାର୍ଯ୍ୟକ୍ରମରେ ଲାଞ୍ଜିଗଡ ଜିଲ୍ଲା ପରିଷଦ ସଦସ୍ୟ ଜୋନ୍-୨ ପରୀକ୍ଷିତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତ୍ରିଲୋଚନପୁର ପଞ୍ଚାୟତ କୃଷି ଅଧିକାରୀ ଧର୍ମେନ୍ଦ୍ର ଶବର, ତ୍ରିଲୋଚନପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଭିନାଶ ସିଂ, ନାଏବ ସରପଞ୍ଚ ତରାଣୀସେନ ବାଗ, ଆଇସିଡ଼ିଏସ ସୁପରଭାଇଜର ଜୋସ୍ନା ମିଶ୍ର, ସମିତି ସଭ୍ୟା ଯଶୋଦା ପଟ୍ଟନାୟକ, ତ୍ରିଲୋଚନପୁର ପୁର୍ବତନ ସରପଞ୍ଚ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

ପଞ୍ଚାୟତରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ବିଜୁଳି ଆଲୁଅରୁ ବଞ୍ଚିତକୁ ନେଇ ଲୋକେ ଅଭିଯୋଗ କରିଥିଲେ। ଲୋକଙ୍କ ଅଭିଯୋଗ ଓ ସେଗୁଡିକର ସମାଧାନ ପାଇଁ ସରପଞ୍ଚ ଶ୍ରୀମତି ମାଝୀ ଓ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ନାଏକ ପ୍ରଶାସନ ସହିତ ଆଲୋଚନା କରି ଅତିଶୀଘ୍ର ପୁରଣ କରିବା ପାଇଁ ଚେଷ୍ଟା କରିବୁ ବୋଲି ପଞ୍ଚାୟତବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Comments are closed.