ବଜ୍ରପାତରେ ନାବାଳକ ମୃତ, ୩ ଗୁରୁତର

ଲାଞ୍ଜିଗଡ଼: ପ୍ରବଳ ଝଡତୋଫାନ ସହିତ ବଜ୍ରପାତ ଘଟିବାରୁ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଗୋପୀନାଥପୁର ଗାଁର ଜଣେ ନାବାଳକ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ବଜ୍ରପାତରେ ମୃତ୍ୟୁ ଘଟିଛି। ସେହିପରି କନ୍ୟା ବିଦା କରିବାକୁ ଏହି ପଞ୍ଚାୟତର ଯୋଡାବନ୍ଧକୁ ଆସିଥିବା ଭବାନୀପାଟଣା ନିକଟସ୍ଥ ସିଂଝରନ ଗାଁର ତିନିଜଣ ବ୍ୟକ୍ତି ଏଥିରେ ଗୁରୁତର ହୋଇ ପଡିଥିବା ଜଣାପଡିଛି। ସୂଚନାନୁଯାୟୀ, ଚମ୍ପାଦେଇପୁର ଗ୍ରାମପଞ୍ଚାୟତ ଗୋପୀନାଥପୁର ଗାଁର ଜଳନ୍ଧର ମାଝୀଙ୍କ ପୁଅ ଛାୟାକାନ୍ତ ମାଝୀ ଓରଫ ସଚିନ (୧୪) ଆଜି ଅପରାହ୍ନରେ ନିକଟସ୍ଥ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ବଜ୍ରପାତ ହେବାରୁ ତାର ମୃତ୍ୟୁ ଘଟିଥିଲା।

ପରିବାର ଓ ଲାଞ୍ଜିଗଡ ପୁଲିସ ପକ୍ଷରୁ ଶବ ଉଦ୍ଧାର କରି ଲାଞ୍ଜିଗଡକୁ ଶବ ବ୍ୟବଚ୍ଛେଦ ପାଇଁ ନିଆଯାଇଥିବା ଜଣାପଡିଛି। ରାତି ହେବାରୁ ସକାଳେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ସେହିପରି ଯୋଡାବନ୍ଧକୁ କନ୍ୟା ଛାଡି ଆସିଥିବା ତିନିଜଣ ଗୁରୁତର ଆହତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ପରିଚୟ ମିଳିପାରିନାହିଁ।

Comments are closed.