ଲାଞ୍ଜିଗଡ଼କୁ ଫେରିଲା କରୋନା ; ନେପାଳ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ୍

ଲାଞ୍ଜିଗଡ଼ : ଦୀର୍ଘ ଦିନ ପରେ ଲାଞ୍ଜିଗଡ଼କୁ ପୁଣି ଫେରିଛି କରୋନା । ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ପରୀକ୍ଷା ସମୟରେ ଲାଞ୍ଜିଗଡ଼ ଅଞ୍ଚଳର ଜଣେ ନେପାଳ ଫେରନ୍ତା କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେବା ସହ ବର୍ତ୍ତମାନ ସମ୍ପୃକ୍ତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଓ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଭବାନୀଶଙ୍କର ଲେଙ୍କା ସୂଚନା ଦେଇଛନ୍ତି । ଏହାସହିତ ଲୋକେ ସତର୍କ ଓ ସଚେତନ ହେବା ଅତ୍ୟନ୍ତ ଜରୁରି ବୋଲି ସେ ମତ ପ୍ରକାଶ କରିଛନ୍ତି ।

Comments are closed.