ସିକେରକୁପା ନିକଟରେ ଆମ୍ବୁଲାନ୍ସ ଓଲଟି ଦୁଇ ଗୁରୁତର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପୋଖରୀବନ୍ଧ ଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ ଲୋକନାଥପୁର ଗାଁ ଛକ ପାଖର ଏକ ପୋଲ ନିକଟରେ ଘଟିଛି ଏକ ଘରୋଇ ଆମ୍ବୁଲାନ୍ସ ଦୁର୍ଘଟଣା। ଆମ୍ବୁଲାନ୍ସଟି ଦ୍ରୁତ ଗତି ଯୋଗୁଁ ବୁଲାଣିରେ ସାମ୍ନା ପଟେ ବାଇକ୍ ଦେଖି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିବା ବେଳେ ଡ୍ରାଇଭର ସନ୍ତୋଷ କୁମାର ମହାପାତ୍ର (୩୦) ଆହତ ହୋଇଥିବା ବେଳେ ହେଲ୍ପର ଆଶିଷ କୁମାର ଚୁଲି (୨୮) ଗୁରୁତର ଆହତ ହେଇଛନ୍ତି। ଉଭୟଙ୍କୁ ମେଘନାଦ ଜାଲ ନାମକ ଜଣେ ଯୁବକ ଉଧାର କରି ନିଜ ବାଇକରେ ଆଣି ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡ୍ରାଇଭର ସନ୍ତୋଷ ଓ ହେଲ୍ପର ଆଶିଷ ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ ଆମ୍ବୁଲାନ୍ସଟି ଭବାନୀପାଟଣା ଠାରୁ ରୋଗୀଙ୍କୁ ନେଇ ବିଷମକଟକ ମେଡ଼ିକାଲରେ ଛାଡ଼ି ଫେରୁଥିବା ବେଳେ ଲୋକନାଥପୁର ନିକଟରେ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଆମ୍ବୁଲାନ୍ସଟି ରାସ୍ତା ଉପରେ ପଡ଼ିଥିବା ବେଳେ ଘଟଣାସ୍ଥଳରେ ବିଶ୍ଵନାଥପୁର ପୁଲିସ ପହଞ୍ଚିଥିବା ସୂଚନା ମିଳିଛି।

Comments are closed.