ଓୟୁଜେ ସହିତ ସହବନ୍ଧିତ ହେଲା ଲାଞ୍ଜିଗଡ଼ ପ୍ରେସ୍ କ୍ଲବ

ଲାଞ୍ଜିଗଡ଼: ଓଡ଼ିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ଆଜି ବିଧିବଦ୍ଧ ଭାବେ ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ), କଳାହାଣ୍ଡି ସାମ୍ବାଦିକ ୟୁନିୟନ (କେୟୁଜେ) ସହିତ ସହବନ୍ଧିତ ହୋଇଛି। ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ପ୍ରତିଷ୍ଠାତା ସଦସ୍ୟ ଏମ୍. ଚନ୍ଦ୍ରଶେଖର, କ୍ଷମାନିଧି ମହାକୁଡ଼, ସନ୍ତୋଷ କୁମାର ତୁଳ, ଗୋପାଳଦାସ ମହାନନ୍ଦ, ଧର୍ମେନ୍ଦ୍ର ପଣ୍ଡା, ଦୁଃଖିଶ୍ୟାମ ନାଗ, କୋଦଣ୍ଡ ପ୍ରଧାନ, ଆଶୁତୋଷ ପୁରୋହିତ, ଶଙ୍କର ସାହୁ ପ୍ରମୁଖ ଆଜି ରୁପ୍ରାରୋଡ଼ଠାରେ ଅନୁଷ୍ଠିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ ଓୟୁଜେ ସହିତ ସଂଶ୍ଲିଷ୍ଟ ହେବା ଘୋଷଣା କରିଥିଲେ।

ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସମସ୍ତ ସଦସ୍ୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ କେୟୁଜେର ସଭାପତି କମ୍ବୁପାଣି ମିଶ୍ର, ସଂପାଦକ ସନ୍ତୋଷ ସିଂଦେଓ, ଓୟୁଜେର ରାଜ୍ୟ ସଂପାଦକ ଇଙ୍ଗିତ ପଣ୍ଡା ପ୍ରମୁଖ। ଏଇ ଅବସରରେ ମୁଖ୍ୟ ଅତିଥି ରାସ ବିହାରୀ ବେହେରା, ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ, ବିରଞ୍ଚି ଜାଲ, ନର୍ଲା ବିଡିଓ ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ସାମ୍ବାଦିକ ୟୁନିୟନର ଅଭିରାମ ନନ୍ଦ, ଲିଙ୍ଗରାଜ ମିଶ୍ର, ସୁନୀଲ କୁମାର ଧଙ୍ଗଡ଼ାମାଝୀଙ୍କ ସମେତ ନର୍ଲା, କର୍ଲାମୁଣ୍ଡା, ମ. ରାମପୁର, କେସିଙ୍ଗା, ଭବାନୀପାଟଣା, ଜୁନାଗଡ଼, କଲମପୁର, ଜୟପାଟଣା, କୋକସରା, ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ବହୁ ସଦସ୍ୟ ସାମ୍ବାଦିକ ଉପସ୍ଥିତ ଥିଲେ।

Comments are closed.