ଲାଞ୍ଜିଗଡ଼ ଘାଟିକୁଣ୍ଡ୍ରୁରେ ମାଓପୋଷ୍ଟର

ଲାଞ୍ଜିଗଡ଼: ବେଶ୍ କିଛିଦିନର ନିରବତା ପରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଲାଲବାହିନୀ ତାର ଉପସ୍ଥିତି ଜାହିର କରିଛି। ଆଜି ସକାଳୁ ମାଳିଯୁବାଙ୍ଗ ପଞ୍ଚାୟତ ଘାଟିକୁଣ୍ଡ୍ରୁଠାରେ ବ୍ୟାନର ଓ ପୋଷ୍ଟର ମାରିବା ସହ ସରକାର ଓ ପୁଲିସର ଦମନଲୀଳା ଚଳାଇଥିବା ଅଭିଯୋଗ କରିଛି ସଂଗଠନ। ଏହାସହିତ ଜନସାଧାରଣଙ୍କୁ ନକ୍ସଲ ବାହିନୀର ହାଡକୋର ଗ୍ରୁପ୍ ପିପୁଲ୍ସ ଲିବରେସନ୍ ଗରିଲା ଆର୍ମିରେ ସାମିଲ ହେବାକୁ ବ୍ୟାନର ଜରିଆରେ ଆହ୍ୱାନ ଦେଇଛି। ବ୍ୟାନରରେ ଓଡିଶା ମାଓବାଦୀ (ସିପିଆଇ) ଓଡିଶା କମିଟି ବୋଲି ଲେଖାଯାଇଛି। ତେବେ ପୂର୍ବରୁ ବଂଶଧାରା-ନାଗାବଳୀ-ଘୁମୁସର ଡିଭିଜନାଲ କମିଟି ଏ ଅଞ୍ଚଳରେ ସକ୍ରିୟ ଥିବାବେଳେ ପ୍ରଥମ କରି ରାଜ୍ୟ କମିଟି ଏଠାରେ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରିଥିବାବେଳେ ଅଞ୍ଚଳରେ ରାଜ୍ୟର ବଛାବଛା ନକ୍ସଲ ନେତା ତଥା କ୍ୟାଡର ମାଓବାଦୀ ଏ ଅଞ୍ଚଳରେ ସମ୍ମିଳିତ ହେଉଥିବା ଅସମର୍ôଥତ ସୂତ୍ରରୁ ସୂଚନା ମିଳିଛି। ଘାଟିକୁଣ୍ଡ୍ରୁ ଗାଁର ବିଭିନ୍ନ ସ୍ଥାନରେ ଆଜି ଏହି ବ୍ୟାନର ଓ ପୋଷ୍ଟର ଲାଗିଥିବାବେଳେ ପୁଲିସ ଘଟଣା ସଂପର୍କରେ ସତର୍କ ଦୃଷ୍ଟି ରଖିଥିବା ଜଣାପଡିଛି।

Comments are closed.