ପୋଖରୀରେ ବୁଡି ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ

ଲାଞ୍ଜିଗଡ଼: ଏକ ଦୁଖଃଦ ଘଟଣା କ୍ରମରେ ଆଜି ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅର୍ନ୍ତଗତ ବନ୍ଧପାରୀ ଗ୍ରାମପଞ୍ଚାୟତ କୁଟ୍ରୁଗୁଡା ଗାଁରେ ଦୁଇଜଣ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୁଚନା ଅନୁଯାଇ କୁଟ୍ରୁଗୁଡା ଗାଁର ଗୋଦନ ମାଝୀ ଓ ଗୈାର ମାଝୀ ନିଜ ପରିବାର ସହିତ ମାଣ୍ଡିଆ କ୍ଷେତକୁ କାମ କରିବାକୁ ଯାଇଥିଲେ। ସେମାନେ ମାଣ୍ଡିଆ କ୍ଷେତରେ କାମ କରୁଥିବା ବେଳେ ଗୈାରଙ୍କ ଝୀଅ କୁସ୍ମୀତା (୮) ଓ ଗୋଦନଙ୍କ ପୁଅ ସୁସାନ୍ତ(୪)ଙ୍କ ନିକଟରେ ଥିବା ପୋୀଖରୀରେ ଖେଳୁଥିଲେ। ତେବେ ପୋଖରୀରେ ଖେଳୁ ଖେଳୁ ସେମାନେ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିଲେ। କଛି ସମୟ ପରେ ଶିଶୁମାନଙ୍କୁ ପାଖରେ ନପାଇ ବାପା ମା ଖୋଜା ଖୋଜି କରିବା ବେଳେ ସେମାନଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ।

ଏହାପରେ ଉଭୟଙ୍କୁ ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ଏନେଇ ବିଶ୍ୱନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଏ। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି।

Comments are closed.