MEllora 950×100

ନିଆଁରେ ପୋଡ଼ି ମହିଳା ଗୁରୁତର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ବେନଗାଁ ପଞ୍ଚାୟତର ପଦ୍ମଥପା ଗାଁର ଧନମାଳି ହରିଜନଙ୍କ ସ୍ତ୍ରୀ କନକ ହରିଜନ(୫୫) ନିଆଁରେ ପୋଡ଼ିହୋଇ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଗାଁର ଧନମାଳିଙ୍କ ସ୍ତ୍ରୀ କନକ ଶୁକ୍ରବାର ସକାଳେ ପ୍ରବଳ ଶୀତ ଯୋଗୁଁ ନିଆଁ ଲଗାଇ ବସିଥିଲେ। ଏହି ସମୟରେ ତାଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା। ଯାହା ଫଳରେ କନକଙ୍କ ଅଣ୍ଟା ପାଖରେ ନିଆଁ ଲାଗି ପୋଡ଼ି ଯାଇଛି। ତାଙ୍କ ଦୁଇ ପୁଅ ମଧୁ ଓ ଦିଲ୍ଲୀପ ଗୁରୁତର ଅବସ୍ଥାରେ ମାଆକୁ ଆଣି ଲାଞ୍ଜିଗଡ଼ ସିଏଚସିରେ ଭର୍ତ୍ତି କରିଥିଲେ। ଏହାପରେ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ବେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଯୋଗୁଁ ତାଙ୍କୁ ବେଦାନ୍ତ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Comments are closed.