ଛତିଶଗଡ଼ରେ ସିବିଏସଇ ଜୋନାଲ ତିରନ୍ଦାଜୀ ପ୍ରତିଯୋଗିତା, କଳାହାଣ୍ଡିକୁ ୨ ସ୍ୱର୍ଣ୍ଣ,୧ ରୌପ୍ୟ ଓ ୩ କାଂସ୍ୟ ପଦକ

ଲାଞ୍ଜିଗଡ: ଛତିଶଗଡ଼ ରାଜ୍ୟ ରାୟପୁର ଅନ୍ତର୍ଗତ ସାଇନାଥପୁରମ ଅଞ୍ଚଳର ମଞ୍ଜିତହସତ ସ୍ଥିତ ଗ୍ରେଟ ଇଣ୍ଡିଆ ସ୍କୁଲ ଠାରେ ଡିସେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସିବିଏସଇ ଜୋନାଲ ତିରନ୍ଧାଜୀ ପ୍ରତିଯୋଗୀତାରେ କଳାହାଣ୍ଡିକୁ ୨ଟି ସ୍ବର୍ଣ୍ଣ, ଗୋଟିଏ କାଂସ୍ୟ ଓ ୩ଟି କାସ୍ୟ ପଦକ ମିଳିଛି। ଏଥିରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ୮ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ବିଭିନ୍ନ ବର୍ଗରେ ୨ ଟି ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୩ଟି କାଂସ୍ୟ ହାସଲ କରି କଳାହାଣ୍ଡି ଜିଲା ପାଇଁ ଗୌରବ ଆଣିଛନ୍ତି।
ଛତିଶଗଡ଼ ରାଜ୍ୟ ରାୟପୁର ଅନ୍ତର୍ଗତ ସାଇନାଥପୁରମ ଅଞ୍ଚଳର ମଞ୍ଜିତହସତ ସ୍ଥିତ ଗ୍ରେଟ ଇଣ୍ଡିଆ ସ୍କୁଲ ଠାରେ ହୋଇ ଥିବା ଏହି ସିବିଏସଇ ଜୋନାଲ ତିରନ୍ଧାଜୀ ପ୍ରତିଯୋଗୀତାରେ ବିଭିନ୍ନ ରାଜ୍ୟରୁ ୨୦୦ ଶହରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଭାଗ ନେଇ ଜିଲା ପାଇଁ ଗୌରବ ଆଣିଥିବା ପ୍ରତିଯୋଗୀମାନଙ୍କୁ ଡ଼ିଏଭି ବେଦାନ୍ତ ସ୍କୁଲ ଅଧ୍ୟକ୍ଷ ସଦାନନ୍ଦ ହୋତା, ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ, ଜିଲା ଆଥଲେଟିକ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ବେଦାନ୍ତ ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା ପ୍ରମୁଖ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।
Comments are closed.