ଆଈ ସହିତ ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି ନାତି ମୃତ୍ୟୁ

ଲାଞ୍ଜିଗଡ଼(ନି.ପ୍ର)-ଆଇ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପୋଖରୀ ପାଣିରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି ! ଏ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି । ଖବର ଅନୁଯାୟୀ, ଲାଞ୍ଜିଗଡ଼ ନିକଟସ୍ଥ କାଶୀବାଡ଼ିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଦୁଇ ମାସ ତଳେ ମୃତ୍ୟୁ ଘଟିଥିବାବେଳେ ବିହାରରେ ରହୁଥିବା ତାଙ୍କ ଝିଅ ଓ ତାଙ୍କ ସ୍ୱାମୀ ସଞ୍ଜୟ କୁମାର ନିଜ ପରିବାର ସହିତ ଲାଞ୍ଜିଗଡ଼ ଆସିଥିଲେ।

ବାପାଙ୍କ ଶୁଦ୍ଧିକ୍ରିୟା ସରିଯିବା ପରେ ବି ସେମାନେ ବିହାର ନଫେରି ଲାଞ୍ଜିଗଡ଼ ନିକଟସ୍ଥ କାଶୀବାଡ଼ିରେ ରହୁଥିଲେ ! ଆଜି ସଞ୍ଜୟଙ୍କ ଶାଶୁଙ୍କ ସହିତ ତାଙ୍କ ପୁଅ ବିଶାଲ କୁମାର (୯) ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ଯାଇଥିଲେ ! ପହଁରା ଜାଣିନଥିବା ଯୋଗୁଁ ସେ ପାଣି ପିଇ ବେହୋସ ହୋଇଯାଇଥିବାବେଳେ ଆଈଙ୍କ ଚିତ୍କାର ଶୁଣି ପରିବାର ଲୋକେ ଅଚେତ ଅବସ୍ଥାରେ ବିଶାଲକୁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ! ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

Comments are closed.