୩୫ ଲିଟର ଦେଶୀ ମଦ ଜବତ; ଦୁଇ ଗିରଫ

ଲାଞ୍ଜିଗଡ: ଏକ ପଲସର ବାଇକ୍ ଯୋଗେ ୩୫ ଲିଟର ଦେଶୀ ରନ୍ଧା ମଦ ଚୋରାଚାଲାଣ କରୁଥିବାବେଳେ ପୁଲିସ ହାତରେ ପଡିଛନ୍ତି ଦୁଇଜଣ ଚାଲାଣକାରୀ । ସେମାନଙ୍କଠାରୁ ୩୫ ଲିଟର ଦେଶୀ ମଦ ସହିତ ଚୋରାଚାଲାଣରେ ବ୍ୟବହୃତ ଏକ ପଲସର ବାଇକ ( ଓଡି୦୮ଜେ୮୧୩୨)କୁ ଜବତ କରିଛି ପୁଲିସ । ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି ।

ସୂଚନାନୂଯାୟୀ, ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ପୁଲିସ ପକ୍ଷରୁ ଏଏସ୍‌ଆଇ ବୁଦ୍ଧରାମ ମାଝୀଙ୍କ ନେତୃତ୍ୱରେ ହାବିଲଦାର କୌଶିକ ସାହୁ, କନଷ୍ଟେବଲ୍ ସୁଶୀଲ କୁମାର ଦିଗାଲ ଏବଂ ଆଇଆର୍‌ବି ଯବାନମାନଙ୍କୁ ନେଇ ଏକ ପାଟ୍ରୋଲିଂ ଟିମ୍ ୬ ନମ୍ବର ରାଜ୍ୟ ରାଜପଥର ପୋଖରୀବନ୍ଧ ଛକରେ ପାଟ୍ରୋଲିଂ କରୁଥିଲା । ସେହି ସମୟରେ ସେଇ ରାସ୍ତା ଦେଇ ଯାଉଥିବା ଏକ ପଲସର ବାଇକକୁ ଅଟକାଇଥିଲେ । ପୁଲିସକୁ ଦେଖି ପଲସର ବାଇକଟି ଦ୍ରୁତଗତିରେ ପଳାଉଥିବା ବେଳେ ସନ୍ଦେହରେ ପୁଲିସ ପାଟ୍ରୋଲିଂ ଟିମ୍ ସେମାନଙ୍କ ପିଛା କରି ଦୁଇଜଣ ବ୍ୟକ୍ତିଙ୍କୁ ଅଟକାଇ ସେମାନଙ୍କ ନିକଟରୁ ୩୫ ଲିଟର ଦେଶୀ ମଦ ଜବତ କରିଥିଲେ ।

ଏହାପରେ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହିତ ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସ୍‌ଆଇ ରତିକାନ୍ତ ସାମଲ ଏନେଇ କେସ୍ ନଂ ୬୫/୨୦୨୨ରେ ଏକ ମାମଲା ରୁଜୁ କରିବା ସହିତ ଭବାନୀପାଟଣା ସଦର ବ୍ଲକ ରିଷିଗାଁ ଡଙ୍ଗରିଗୁଡା ଗାଁର ଜୟନ୍ତ ନିଆଲ ଓ ବିଶ୍ୱନାଥପୁର ରାଣୀବନ୍ଧ ପଡାର ଅଶ୍ୱିନୀ ଭୋଇଙ୍କୁ ଗିରଫ କରିବା ସହିତ ଶୁକ୍ରବାର ସନ୍ଧ୍ୟାରେ କୋର୍ଟଚାଲାଣ କରିଥିବା ଜଣାପଡିଛି । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇଦିଆଯାଇଛି ।

Comments are closed.