କ୍ଷୁଦ୍ର କୃଷି ଯନ୍ତ୍ରପାତିର ପ୍ରସାର ଏବଂ ତାଲିମ କାର୍ୟ୍ୟକ୍ରମ

ଲାଞ୍ଜିଗଡ଼:କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମର୍ଦ୍ଧାଠାରେ ଆଇଟିସି ମିଶନ ସୁନେହେରା କଲ୍ ପ୍ରକଳ୍ପ ଆନୁକୂଲ୍ୟରେ ମାନବ ଅଧିକାର ସେବା ସମିତି ଓ ମିଶନ ଜୀବିକା, ଆଇଟିଡିଏ ତତଫରୁ କମର୍ଦ୍ଧା ଓ ପିପଲ୍ ପଡାର ଚାଷୀ ଭାଇଭଉଣୀ ମାନଙ୍କୁ ନେଇ ହସ୍ତ ଚାଳିତ କୃଷି ଯନ୍ତ୍ରପାତିର ପ୍ରଚାର ଏବଂ ବ୍ୟବହାର ନିମନ୍ତେ ଏକ ତାଲିମ୍ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିହନ ଲଗାଇବା, ଘାସ ଦମନ କରିବା, ହୁଡ଼ା କରିବା ଆଦି ଚାଷ କାର୍ୟ୍ୟରେ ଛୋଟ କୃଷି ଯନ୍ତ୍ରପାତିର ବ୍ୟବହାରକୁ ଜନାଦୃତ କରି ସ୍ୱଳ୍ପ ଖର୍ଚ୍ଚ ଏବଂ ସ୍ୱଳ୍ପ ପରିଶ୍ରମରେ କିପରି ଚାଷକାର୍ୟ୍ୟ ସମ୍ପାଦନ କରିହେବ ସେ ନେଇ ତାଲିମ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅନନ୍ତ ପଣ୍ଡା ଓ କମର୍ଦ୍ଧା ଗ୍ରାମପଞ୍ଚାୟତ ଫେଡେରେସନ୍ ସଭାନେତ୍ରୀ ଗୋମତୀ ସାହୁ ଯୋଗଦେଇଥିବାବେଳେ, କୁବେର ବୁଡେକ୍, ଭୋଲାମଣି ବାଗ, ଉମାକାନ୍ତ କଟା, ପ୍ରହଲ୍ଲାଦ ନାଏକ, ଭାରତୀ ବୁଧିଆ ଆଦି କାର୍ୟ୍ୟକ୍ରମ ସମ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Comments are closed.