ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକପଭ୍ୟାନ

ଲାଞ୍ଜିଗଡ଼:ଆଜି ଅପରାହ୍ନରେ ଭବାନୀପାଟଣା ଠାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ ନଂ ରାଜ୍ୟ ରାଜପଥ କିଡିଙ୍ଗ ଗାଁ ନିକଟସ୍ଥ ବେହେରା ପୋଲ ନିକଟରେ ଏକ ପନିପରିବା ବୋଝେଇ ପିକପଭ୍ୟାନ (ଓଡ଼ି-୦୩-ଏସ୍ ୬୭୧୭)ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ଗାଡ଼ିରେ ଭର୍ତ୍ତି ଥିବା ପନିପରିବା ନେଇ ଯାଇଥିଲେ। ତେବେ ଗାଡିଟିର ଆଗ ଓ ପଛ ପଟ ଭାଙ୍ଗି ଯାଇଛି। ଖବର ପାଇ ସିକେରକୁପା ପୁଲିସ ଆସି ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଜାରି ରଖିଛି। ଗାଡିଟି ବଲାଙ୍ଗୀର ଠାରୁ ରାୟଗଡା ଜିଲାକୁ ପନିପରିବା ନେଇ ଯାଉଥିବା ଜଣାପଡିଛି। ଏହି ରାସ୍ତାରେ ଗାଡ଼ି ଗୁଡିକ ଓଭର ଲୋଡିଙ୍ଗ ଓ ଦ୍ରୁତ ଗତି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।ଏନେଇ ସାଧାରଣ ଲୋକ ଏହି ରାସ୍ତାରେ ଜାହାୟତ କରିବା ପାଇଁ ଭୟଭୀତ ହୋଇ ପଡିଛନ୍ତି।

 

Comments are closed.