ସ୍କର୍ପିଓରୁ ମିଳିଲା ୫୧ ଲକ୍ଷ ଟଙ୍କା

ଲମତାପୁଟ : କୋଡ୍ରିମାଳପୁଟ ନିକଟରୁ ଏକ ସ୍କର୍ପିଓ ଗାଡ଼ିରୁ ସୋମବାର ବିଏସଏଫ ଜବାନଙ୍କ ଦ୍ବାରା ୫୧ ଲକ୍ଷ ୧୬ ହଜାର ୬୫୦ ଟଙ୍କା ଜବତ କରାଯାଇଛି।

ସୂଚନା ଅନୁଯାୟୀ, ସ୍କର୍ପିଓଟି ଜୟପୁରରୁ ଆନ୍ଧ୍ରର ଗୋତ୍ରିମୁଣ୍ଡା ଗାଁକୁ ଯାଉଥିଲା। ଏହି ସମୟରେ କୋଡ୍ରିମାଳପୁଟ ନିକଟରେ ବିଏସଏଫଙ୍କ ଦ୍ବାରା ଉକ୍ତ ଗାଡ଼ିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ୫୧ ଲକ୍ଷ ଟଙ୍କା ଜବାତା କରାଯିବସହ ଗାଡ଼ିରେ ଥିବା ଦୁଇ ଜଣଙ୍କୁ ଅଟକ ରଖାଯାଇଥିଲା। ପରେ ବିଏସଏଫ ଜବାନ ଜବତ ଟଙ୍କାସହ ଅଟକ ରଖିଥିବା ଦୁଇ ଜଣଙ୍କୁ ଓଡ଼ିଶା ପୁଲିସକୁ ହସ୍ତାନ୍ତର କରିଥିଲେ।

Comments
Loading...