MEllora 950×100

କିଡ୍‌ନୀ ଦେଇ ଲାଲୁଙ୍କୁ ନୂଆ ଜୀବନ ଦେଲେ ଝିଅ ରୋହିଣୀ; ଉଭୟ ଏବେ ଆଇସିୟୁରେ

ପାଟନା: ପୂର୍ବତନ ରେଳମନ୍ତ୍ରୀ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବୃକକ୍‌ ପ୍ରତିରୋପଣ ଅସ୍ତ୍ରୋପଚାର ସିଙ୍ଗାପୁରରେ ସଫଳତାପୂର୍ବକ ଶେଷ ହୋଇଛି। ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ପିତାଙ୍କୁ କିଡ୍‌ନୀ ଦାନ କରିଛନ୍ତି। ଲାଲୁଙ୍କ ପୂର୍ବରୁ ରୋହିଣୀଙ୍କ ଅପରେସନ ହୋଇଥିଲା। ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ ଟ୍ବିଟରରେ ଭିଡିଓ ଶେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି।

ବିହାରର ଡେପୁଟୀ ସିଏମ୍‌ ତଥା ଲାଲୁ ଯାଦବଙ୍କ ସାନ ପୁଅ ତେଜସ୍ବୀ ଯାଦବ ଟ୍ବିଟ୍‌ କରିଛନ୍ତି ଯେ, ‘‘ବାପାଙ୍କ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ଅପରେସନ ସଫଳତାପୂର୍ବକ ଶେଷ ହେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। କିଡ୍‌ନୀ ଦାତ୍ରୀ ବଡ଼ ଭଉଣୀ ରୋହିଣୀ ଆଚାର୍ଯ୍ୟ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ମହାଶୟ ଉଭୟ ସୁସ୍ଥ ଅଛନ୍ତି। ଆପଣମାନଙ୍କ ପ୍ରାର୍ଥନା ଓ ମଙ୍ଗଳକାମନା ପାଇଁ ଧନ୍ୟବାଦ’’।

ଲାଲୁଙ୍କ ୭ ଝିଅ ଓ ଦୁଇ ପୁଅଙ୍କ ମଧ୍ୟରେ ରୋହିଣୀ ଦ୍ବିତୀୟ ନମ୍ବର ଝିଅ। ଡାକ୍ତରଖାନା ଯିବା ପୂର୍ବରୁ ନିଜର ଭାବନା ପ୍ରକାଶ କରି ରୋହିଣୀ କହିଥିଲେ, ସାଧାରଣ ଲୋକଙ୍କ ପାଇଁ ଲାଲୁ ପ୍ରସାଦ ସୁସ୍ଥ ରହିବା ଆବଶ୍ୟକ। ତେଣୁ ସେ ଏପରି ସାହସିକ ନିଷ୍ପତ୍ତି ନେଇଛନ୍ତି।

 

Comments are closed.