ଲାଲ ସିଂ ଚଢ଼ାରେ କରୀନା

ହଲିଉଡ ଚଳଚ୍ଚିତ୍ର ଫରେଷ୍ଟ ଗମ୍ପର କାହାଣୀକୁ ଆଧାର କରି ନିର୍ଦେଶକ ଅଦ୍ଵୈତ ଚନ୍ଦନ ‘ଲାଲ୍ ସିଂ ଚଢ଼ା’ ଚଳଚ୍ଚିତ୍ରର ନିର୍ମାଣ କରୁଛନ୍ତି। ଏହାର ପ୍ରଯୋଜନା ଦାୟିତ୍ବରେ ବଲିଉଡର ଶ୍ରୀମାନ୍ ପରଫେକ୍ସନିଷ୍ଟ ଭାବେ ଜଣାଯାଉଥିବା ଅମୀର ଖାନ୍ ଦାୟିତ୍ବ ନେଇଥିବା ପ୍ରକାଶ। ଅମୀର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାବେଳେ ତାଙ୍କ ସହ-କଳାକାର ଭାବେ ପଟୌଦି ବେଗମ୍ କରୀନା କପୁର ଖାନ୍ କାମ କରିବେ। ଅମୀର-କରୀନା ତୃତୀୟ ଥର ପାଇଁ ଏକତ୍ର କାମ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଦୁହେଁ ଥ୍ରୀ ଇଡିୟଟସ୍ ଓ ତଲାସ୍ ଚଳଚ୍ଚିତ୍ରରେ କାମ କରିଥିବାବେଳେ ଦର୍ଶକ ମହଲରେ ସେମାନଙ୍କୁ ହିଟ୍ ଯୋଡ଼ିର ମାନ୍ୟତା ମିଳିଛି। କରୀନା ଏ ଚଳଚ୍ଚିତ୍ର ପାଇଁ ଖୁବ୍ ଉତ୍ସାହିତ ଥିବାବେଳେ ଦର୍ଶକଙ୍କ ସମ୍ମୁଖକୁ ଏକ ନୂଆ ରୂପରେ ଆସିବେ ବୋଲି ୟୁନିଟ୍ ତରଫରୁ ସ୍ପଷ୍ଟ ହୋଇଛି। ଦେଶର ରାଜନୈତିକ ଓ ସାମାଜିକ ସ୍ଥିତିକୁ ନେଇ ଲାଲ ସିଂ ଚଢ଼ାର କାହାଣୀ ଗଢ଼ି ଉଠିଥିବାବେଳେ ଚଳିତ ବର୍ଷ ଡିସେମ୍ବରରେ ଏହାର ସୁଟିଂ ଆରମ୍ଭ ହେବ।

Comments are closed.