ବ୍ୟାଡ୍‌ମିଣ୍ଟନରେ ପୁଣି ସ୍ବର୍ଣ୍ଣ: ପୁରୁଷ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଚମକିଛନ୍ତି ବ୍ୟାଡ୍‌ମିଣ୍ଟନ ଖେଳାଳି। ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଆଜି ପି.ଭି.ସିନ୍ଧୁ ସ୍ବର୍ଣ୍ଣ ହାତେଇଥିବା ବେଳେ ପୁରୁଷ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଲକ୍ଷ୍ୟ ସେନ୍‌। ଫାଇନାଲ୍‌ରେ ମାଲେସିଆର ଜି ୟଙ୍ଗଙ୍କୁ ୧୯-୨୧, ୨୧-୦୯, ୨୧-୧୬ରେ ପରାସ୍ତ କରି ଏହି ଐତିହାସିକ ବିଜୟ ହାସଲ କରିଛନ୍ତି ଲକ୍ଷ୍ୟ। ଏଥିସହ ଭାରତର ପଦକ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି। ମୋଟ ପଦକ ମଧ୍ୟରୁ ୨୦ଟି ସ୍ବର୍ଣ୍ଣ, ୧୫ଟି ରୌପ୍ୟ ଓ ୨୨ଟି ବ୍ରୋଞ୍ଜ ରହିଛି।

Comments are closed.