ଲଇଡା ଅଞ୍ଚଳରେ ହିମପାତ; ଶୀତ ଲହରିରେ ଜନଜୀବନ ଅସ୍ତବ୍ୟସ୍ତ

ରେଙ୍ଗାଲି:ଗତ କିଛି ଦିନ ହେଲା ପ୍ରବଳ ଶୀତ ଲହରି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ପ୍ରବଳ ଥଣ୍ଡା ଯୋଗୁଁ ଅଘୋଷିତ କର୍ଫ୍ୟୁ ଭଳି ସ୍ଥିତି ଦେଖା ଦେଇଛି। ସନ୍ଧ୍ୟା ହେବା ମାତ୍ରେ ରାସ୍ତାଘାଟ ଦୋକାନ ବଜାରରେ ଜନସାଧାରଣଙ୍କ ଚଳପ୍ରଚଳ ମାନ୍ଦା ରହୁଛି। ଦିନକୁ ଦିନ ଶୀତ ବୃଦ୍ଧି ପାଉଛି। ସେହିପରି ରେଙ୍ଗାଲି ବ୍ଳକର ଲଇଡା ଅଞ୍ଚଳରେ ହିମପାତ ହୋଇଥିବାର ଆଜି ସକାଳୁ ଦେଖିବାକୁ ମିଳିଥିଲା। ଲଇଡା କୃଷକ ସୁରକ୍ଷା ସଙ୍ଗଠନର ସମ୍ପାଦକ ରାଜେଶ ପୃଷ୍ଟି ଏବଂ ଅମୁ ପଟେଲ ପ୍ରାତଃ ଭ୍ରମଣ ରେ ଯାଇଥିବା ବେଳେ ଧାନ କ୍ଷେତ ରେ ଥିବା ନଡା ଉପରେ ବରଫ ର ଆସ୍ତରଣ ଜମାଟ ବାନ୍ଧି ରହିଥିବାର ଦେଖିଥିଲେ।

 

ଉଭୟେ ନଡାକୁ ହାତରେ ଧରି ପରୀକ୍ଷା କଲା ବେଳେ ନଡାଉପରେ ହିମାପାତ ହୋଇ ବରଫ ଭଳି ଥଣ୍ଡା ଲାଗିଥିଲା। କୃଷକ ସଙ୍ଗଠନ ର ସମ୍ପାଦକ ରାଜେଶ ପୃଷ୍ଟିଙ୍କ କହିବା ଅନୁଯାୟୀ ୩ବର୍ଷ ପୂର୍ବେ ଧାନ କ୍ଷେତରେ ଏଭଳି ହିମପାତ ହୋଇ ଧାନ କ୍ଷେତ ନଡା ଏବଂ ଧାନ ଗଛ ଉପରେ ବରଫ ଜମାଟ ବାନ୍ଧି ଥିବାର ଦେଖିଥିଲେ। ମୋଇବାଲ୍ ଫୋନରେ ଦେଖାଯାଉଥିବା ତାପମାତ୍ରା ଅନୁସାରେ ଆଜି ସୋମବାର ସକାଳୁ ତାପମାତ୍ରା ୯ଡିଗ୍ରୀ ସେଲ୍ସିୟସ୍ ଥିଲା ବୋଲି ଜଣାପଡ଼ିଛି। ଆଗାମୀ କିଛିଦିନ ଆହୁରି ଥଣ୍ଡା ରହିବ ବୋଲି କୁହାଯାଉଛି।

Comments are closed.