ସାନ୍ଧ୍ୟ ଭ୍ରମଣ ବେଳେ ବୋଲେରୋ ଧକ୍କାରେ ଆହତ ଯୁବତୀଙ୍କର ମୃତ୍ୟୁ

କୁଚିଣ୍ଡା : କୁଚିଣ୍ଡା ସହରରେ ସାନ୍ଧ୍ୟ ଭ୍ରମଣ କରୁଥିବା ବେଳେ ଏକ ବୋଲେରୋ ଧକ୍କାରେ ଜଣେ ବିବାହିତା ଯୁବତୀ ଗୁରୁତର ଆହତ ହୋଇ ବୁର୍ଲାରେ ମୃତ୍ୟୁ ଘଟିବା ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ କୁଚିଣ୍ଡା ସହରସ୍ଥ ଜିତୁ ଅଗ୍ରୱାଲାଙ୍କ ଧର୍ମପତ୍ନୀ ସୋନିଆ ଅଗ୍ରୱାଲା(୩୦)ଗତକାଲି ସନ୍ଧ୍ୟାରେ ଭ୍ରମଣ ପାଇଁ ରାସ୍ତାରେ ଯାଉଥିଲେ। ମାତ୍ର ଆକସ୍ମିକ ଭାବେ ଏକ ଅଜଣା ବଲୋରୋ ଧକ୍କା ଦେବାରୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ବୁର୍ଲାରେ ଅଧିକ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ପରଲୋକ ଘଟିଥିଲା। ଏହି ଦୁଃଖଦ ଘଟଣା ଆଜି ସହରରେ ଶୋକର ଛାୟା ଖେଳେଇ ଦେଇଛି। ସ୍ୱର୍ଗତ ସୋନିଆଙ୍କ ଦୁଇ ନାବାଳକ ସନ୍ତାନ ସମେତ ସ୍ୱାମୀ ଓ ପରିବାର ବର୍ଗ ରହିଛନ୍ତି। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାଯାଇଛି।

Comments are closed.