ନିର୍ମାଣ ରାସ୍ତା ଉପରେ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ; ୩ବର୍ଷ ହେଲା ମଜୁରୀ ମିଳୁ ନଥିବା ଅଭିଯୋଗ
ଅଭିଯୋଗ ହେଲେ ତଦନ୍ତ ହେବ: ବିଡ଼ିଓ

ଫୁଲବାଣୀ: ମନରେଗା ଯୋଜନାରେ କାମ କରିବାର ୩ବର୍ଷ ବିତିଯାଇଥିଲେ ସୁଦ୍ଧା ଶ୍ରମିକମାନଙ୍କୁ ସେମାନଙ୍କ ମଜୁରୀ ମଳିନଥିବା ଅଭିଯୋଗ ହୋଇଛି। ଏହିଭଳି ଅଭିଯୋଗ ଆସିଛି ଦାରିଙ୍ଗବାଡ଼ି ବ୍ଲକ ପର୍ତମାହା ପଂଚାୟତରୁ।
ଅଭିଯୋଗ ମୁତାବକ, ପର୍ତମାହା ପଂଚାୟତ ବାସାବାଡ଼ି ଗ୍ରାମବାସୀମାନେ ଗତ ୨୦୧୭-୧୮ ମସିହା ଆର୍ଥିକ ବର୍ଷରେ ସାର୍ତପଡ଼ିଠାରୁ ପିସାମାଲା ସାହି ପର୍ଯ୍ୟନ୍ତ ମନରେଗା ଯୋଜନାରେ ରାସ୍ତା ନିର୍ମାଣ କରିଥିଲେ। ତାହା ମଧ୍ୟ ଜିଆରଏସଙ୍କ ଧମକଦେବା ଯୋଗୁଁ ବାଧ୍ୟବାଧକତାରେ। କିନ୍ତୁ କାମ କରିବାର ୩ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେମାନଙ୍କୁ ସେମାନେ କରିଥିବା ପରିଶ୍ରମର ମୁଲ ପାଇ ପାରିନାହାନ୍ତି। ରାସ୍ତା ନିର୍ମାଣ ସମୟରେ ଦାୟିତ୍ୱରେ ଥିବା ଜିଆରଏସ ଯେଉଁମାନେ ଏହି ମନରେଗା ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ସାମିଲ ହେବେ ନାହିଁ ସେମାନଙ୍କ ରାସନକାର୍ଡ ଜବତ କରାଯିବ ବୋଲି ଗ୍ରାମବାସୀଙ୍କୁ ଧମକଚମକ ଦେଇଥିଲେ। ଗ୍ରାମବାସୀମାନେ ଏହାରେ ରାସନକାର୍ଡ ଜବତ ଭୟରେ ବାଧ୍ୟବାଧକତାରେ ମନରେଗା ଯୋଜନାରେ ସାମିଲ ହୋଇ ମାଟିକାଟି ରାସ୍ତା ନିର୍ମାଣ କରିଥିଲେ। ତେବେ ଆଜିଯାଏଁ ପାରିଶ୍ରମିକ ବାବଦକୁ ଟଙ୍କାଟିଏ ମଧ୍ୟ ପାଇନଥିବା ବେଳେ ୨ବର୍ଷ ତଳେ ସେହି ରାସ୍ତା ଉପରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପିଚୁ ପକାଯାଇ ରାସ୍ତା ନିର୍ମାଣ ହୋଇଛି। ପାରିଶ୍ରମିକ ପାଇବା ପାଇଁ ଗ୍ରାମବାସୀମାନେ ପଂଚାୟତଠାରୁ ଆମରଭ କରି ବିଡିଓଙ୍କ ନିକଟରେ ଅଭିଯୋଗ କରି ସେମାନେ ନିର୍ମାଣ କରିଥିବା ୬୩୬ ମିଟର ରାସ୍ତା ବାବଦର ପାରିଶ୍ରମିକ ଅର୍ଥ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।କିନ୍ତୁ ଗ୍ରାମବାସୀଙ୍କୁ କୌଣସି ଫଳ ମିଳିପାରିନାହିଁ। ଏହିଭଳି ପରିସ୍ଥିତିରେ ବାସାବାଡ଼ି ଙ୍କୁ ସେମାନଙ୍କ ପାରିଶ୍ରମିକ ମିଳିନଥିବା ବେଳ ସେହି ରାସ୍ତା ଉପରେ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହୋଇଥିବାରୁ ଉକ୍ତରାସ୍ତାର କୋର୍ଡ ଉଡ଼ିଗଲା ତେଣୁଟଙ୍କା ମିଳିବ ନାହିଁ ବୋଲି ଗ୍ରାମବାସୀଙ୍କୁ ବିଭାଗୀୟ ଅଧିକାରୀମାନେ କହୁଥିବା ଗ୍ରାମର ତ୍ରମାକା ପ୍ରଧାନ, ଦୁଃଖିନୀ ପ୍ରଧାନ,ଚୁମୁକିପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ଦାରିଙ୍ଗବାଡ଼ି ବିଡିଓ ଅଭିମନ୍ୟୁ ବେହେରାଙ୍କ ସହିତ ଯୋଗାଯୋଗ କରାଯାଇଥିବା ବେଳେ ଏନେଇ ତାଙ୍କ ନିକଟରେ ବାସାବାଡ଼ି ଗ୍ରାମବାସୀ କୌଣସି ଅଭିଯୋଗକରିନାହାନ୍ତି ଯଦି ଅଭିଯୋଗ ଆସେ ତେବେ ସେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।