ନିର୍ମାଣାଧୀନ କାରଖାନାରେ ଶ୍ରମିକ ଆହତକୁ ନେଇ ଉତ୍ତେଜନା

ଯାଜପୁର: ଏକ ନିର୍ମାଣାଧୀନ କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଆହତ ହୋଇଥିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଶ୍ରମିକ ସୁରକ୍ଷା ଦାବିରେ ଶହ ଶହ ଶ୍ରମିକମାନେ କାରଖାନା ପରିସରରେ ହଟ୍ଟଗୋଳ କରିବା ସହ କାର୍ଯ୍ୟ ବନ୍ଦ ରଖିଛନ୍ତି। ଏନେଇ କାରଖାନାର କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ହରିଦାସପୁରସ୍ଥିତ ଏକ ସିମେଣ୍ଟ କାରଖାନାରେ ଗୁରୁବାର ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ ଅଣଓଡ଼ିଆ ଶ୍ରମିକ ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ରହିଥିବା ସୂଚନା ମିଳିଛି।

Comments
Loading...