ଶ୍ରମିକଙ୍କ ଦୈନିକ ମଜୁରୀ ୪୦୦ ଟଙ୍କା କରିବାକୁ ଦାବୀ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ କୁଶମାଲ ଏବଂ କୁର୍ଲୁଭଟା ଗ୍ରାମର ଯୁବକମାନେ ହାତରେ ପ୍ଲାକାର୍ଡ ଧରି ମନରେଗା ଯୋଜନାରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିବାକୁ ଦାବୀ କରିଛନ୍ତି। ସରକାର ମନରେଗା ଯୋଜନାରେ ଶ୍ରମିକ ମାନଙ୍କ ଦୈନିକ ମଜୁରୀ ୨୯୮ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏହି ମଜୁରୀକୁ ବୃଦ୍ଧି କରି ୪୦୦ ଟଙ୍କା କରିବାକୁ ଦାବୀ କରିଛନ୍ତି। ଏହାସହ ମନରେଗା ଯୋଜନାରେ ସଠିକ ଭାବରେ କାମ ଯୋଗାଣ, ଠିକ ସମୟରେ ମଜୁରୀ ପ୍ରଦାନ କରିବାକୁ ଦାବୀ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ନୂଆପଡା ଜିଲା ଏକ ଦାଦନ ପ୍ରବଣ ଜିଲା ହୋଇଥିବା ବେଳେ ଏଠାକାର ଶ୍ରମିକ କାମଧନ୍ଦା ଅଭାବରୁ ଅନେକ ସମୟରେ ଦାଦନ ଖଟି ଯାଉଥିବା ଅଭିଯୋଗ ହେଉଛି। ସେଠାରେ ଏହି ଶ୍ରମିକ ମାନେ ବିଭିନ୍ନ ସମୟରେ ନିର୍ଯ୍ୟାତିତ ହେଉଥିବା ବେଳେ ଅନେକ ସମୟରେ ଜୀବନ ମଧ୍ୟ ଚାଳି ଯାଉଛି। ଜିଲା ପ୍ରଶାସନ ଏହାର ତୁରନ୍ତ ସମସଧାନ କରିବାକୁ ଖିରସିନ୍ଧୁ ସଗରିଆ, ଲୋକନାଥ ନିଆଲ, ଲକ୍ଷ୍ମୀକାନ୍ତ ପୋଡ, ତୁଳସା ମାଝୀ, ପ୍ରଦିପ ନିଆଲ, ଧନଞ୍ଜୟ ମଲ୍ଲିକ, ଦୁଷ୍ମନ୍ତ ମାଝୀ, ଚିତ୍ତରଞ୍ଜନ ହଂସ ସମେତ ଅନ୍ୟାନ୍ୟ ଯୁବକ ସାମିଲ ଥିଲେ।

 

Comments are closed.