ଲିଖିତ ପ୍ରତିଶ୍ରୁତି ପରେ ଶ୍ରମିକ ସଂଘର ଆନ୍ଦୋଳନ ପ୍ରତ୍ୟାହାର 

ରେଙ୍ଗାଲି :  ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ପକ୍ଷରୁ ପୂର୍ବ ଘୋଷଣା ମୁତାବକ ଆଜି ସକାଳ ୬ ଘଣ୍ଟା ସମୟରୁ  ତଲାବିରା ସ୍ଥିତ ଏନ୍ ଏଲ୍ ସି କମ୍ପାନୀର କୋଇଲା ଖଣି  କାର୍ଯ୍ୟ ବନ୍ଦ କରିବା ସହିତ ମୁଖ୍ୟ ଗେଟ୍ ବାହାରେ   ଆନ୍ଦୋଳନ କରି ଧାରଣା ଦେଇଥିଲେ। ତିନି ଥର ଆଲୋଚନା ବିଫଳ ହେଲାପରେ ଚତୁର୍ଥ ଥର ସନ୍ଧ୍ୟା ୭ଟା ୩୦ମିନିଟ୍ ରେ କମ୍ପାନୀ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବାର ଜଣା ପଡିଛି । ଆସନ୍ତା ୩୦ ତାରିଖ ଭିତରେ ଜାନୁଆରୀ ମାସରୁ ହାଇପାଓର କମିଟିର  ସୁପାରିଶ ମୁତାବକ ବର୍ଦ୍ଧିତ ଦରମା ବାକିଆ ଅର୍ଥ ଲାଗୁ କରାଯିବା ସହିତ  ପ୍ରଦାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି  ଦେଇଥିବା ସଂଘ ସୁତ୍ରରୁ ପ୍ରକାଶ । ଦୀର୍ଘ ୧୪ ଘଣ୍ଟା ବନ୍ଦ ହେଲାପରେ ଖଣି କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ଏନ୍ ଏଲ୍ ସି କମ୍ପାନି ପକ୍ଷରୁ ମାଇନ୍ସ ଜି.ଏମ୍ ବିଜୟ କୁମାର, ଏଚ୍ ଆର୍  ଡିଜିଏମ୍ ନୀରଜ ସିହ୍ନା, ସୁବ୍ରତ ବିଶ୍ୱାଳ, ଆଦାନୀ ପକ୍ଷରୁ ପି.କେ ପଣ୍ଡା, ସଂଘ ପକ୍ଷରୁ
ସଭାପତି କିରଣ ବେହେରା, କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ, ସମ୍ପାଦକ ହିମାଂଶୁ ମଲ୍ଲିକ ଓ ଶତାଧିକ ଶ୍ରମିକ ଉପସ୍ଥିତ ରହି  ଆଲୋଚନାରେ ଅଂଶଗ୍ରହଣ ଥିଲେ।

Comments are closed.