କୁରୁମୁରୁ ଚିକେନ ଫ୍ରାଏ

ଆବଶ୍ୟକ ସାମଗ୍ରୀ
ବୋନଲେସ ଚିକେନ – ୪୦୦ ଗ୍ରାମ
କର୍ଣ୍ଣଫ୍ଲୋର – ୧ କପ ରୁ କମ୍‍
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଅଦା ରସୁଣ ବଟା – ୪ ଚାମଚ
ପାଣି – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ପତଳା ଓ ଚିପ୍ସ ଆକାରର ଛୋଟ ଛୋଟ ଖଣ୍ଡ କରି କାଟି ଧୋଇ ଦିଅନ୍ତୁ। ଏବେ ଏକ ପାତ୍ରରେ ଏହି ଚିକେନ ଖଣ୍ଡରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, କର୍ଣ୍ଣଫ୍ଲୋର, ଅଦାରସୁଣ ବଟା, ସାମାନ୍ୟ ପାଣି ପକାଇ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ( ପକୁଡ଼ି ମିଶ୍ରଣ ଭଳି)। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ରଖିଥିବା ଚିକେନକୁ ଭଲ ଭାବେ ଛାଣି ଦିଅନ୍ତୁ ଓ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଚଟଣି କିମ୍ବା ସସ ସହ କୁରୁମୁରୁ ଚିକେନ ଫ୍ରାଏ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.