ଖୋଲିଲା କୁଞ୍ଜ ବିହାରୀ ପାଠାଗାର

ନବରଙ୍ଗପୁର : କରୋନା ଯୋଗୁଁ ଗତ ୯ ମାସ ଧରି ବନ୍ଦ ପଡ଼ିଥିବା ନବରଙ୍ଗପୁରର କୁଞ୍ଜ ବିହାରୀ ପାଠାଗାର ରବିବାର ଖୋଲା  ହୋଇଛି । କାର୍ଯ୍ୟକ୍ରମର ଆରମ୍ଭରେ ହରିହର ନାୟକ ପ୍ରାରମ୍ଭିକ ଗୀତ ପରିଚାଳନା କରିଥିଲେ । ଡାକ୍ତର ଅମ୍ବିକା ପ୍ରସାଦ ପାଣିଗ୍ରାହୀ ଓ ଡାକ୍ତର ରଘୁନାଥ ଶତପଥି ଯୋଗ ଦେଇ କଭିଡ଼ ଓ ମହାମାରୀ ଶୀର୍ଷକ ଉପରେ ଆଲୋଚନା କରିଥିଲେ । ଧରାପୃଷ୍ଠରେ ଏପର୍ଯ୍ୟନ୍ତ ବିଦାୟ ନେଇ ନଥିବା ଏହି ରୋଗ ଲାଗି ସମସ୍ତେ ସଚେତନ ରହିବା ଲାଗି ପରାମର୍ଶ ଦେଇଥିଲେ । ଦେବାଶିଷ ପଟନାୟକ ଅତିଥି ମାନଂକୁ ପୁଷ୍ପ ଗୁଚ୍ଛ ଓ ଓପଢୌକନ ଦେଇ ସମ୍ମାନିତ କରିଥିଲେ । ସମ୍ପାଦକ ରଜନୀ ପାତ୍ର ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଗୋପବନ୍ଧୁ ବିଶୋଇ, ଜେମାମଣି ବିଶୋଇ,ଜଗଦୀଶ ତ୍ରିପାଠୀ, ନିରଞ୍ଜନ ମିଶ୍ର,ଜଗନ୍ନାଥ ରାଓ, ରାଧା ନାଥ ବେହରା,ରବିକାନ୍ତ ରଘୁରାମ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ଜ୍ଝ କୋରାନ କଟ କଣାକୁ ଆଖି ଆଗରେ ରଖି ସମସ୍ତେ ମାସ୍କ ସହ ସାମାଜିକ ଦୂରତା ରଖିଥିଲେ ।

Comments are closed.