ରାହୁଲ-କୁମ୍ବଲେ ଯୋଡ଼ି ଭରସାରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ

ନୂଆଦିଲ୍ଲୀ  : ଆଇପିଏଲ ୧୩ତମ ସଂସ୍କରଣ ଆଉ ମାତ୍ର ଏକ ସପ୍ତାହ ପରେ ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ଦଳର ଖେଳାଳିମାନେ ଅଭ୍ୟାସ କରିବା ସହିତ ପ୍ରଶିକ୍ଷକମାନଙ୍କ ସହିତ ମିଶି ରଣନୀତି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଇପିଏଲର ଅନ୍ୟତମ ଦଳ କିଙ୍ଗସ୍‌ ଏକାଦଶ ପଞ୍ଜାବର ଏପର୍ୟ୍ୟନ୍ତ ଚମକ ଦେଖିବାକୁ ମିଳିନଥିବାବେଳ ଦଳ ଚଳିତ ସିଜିନ୍‌ ଉପରେ ନଜର ରଖିଛି। ଅଧିନାୟକ ଲୋକେଶ ରାହୁଲ ଓ ପ୍ରଶିକ୍ଷକ ଅନୀଲ କୁମ୍ବଲେଙ୍କ ଯୋଡ଼ି କିଭଳି ଭାବେ ଆଇପିଏଲ ରେ ପ୍ରଦର୍ଶନ କରୁଛି ତାହା ଉପରେ ନଜର ରହିଛି।

କିଙ୍ଗସ୍ ଏକାଦଶ ପଞ୍ଜାବ ଗତବର୍ଷ ଅଷ୍ଟ୍ରେଲିଆର ଅଲ୍‌ରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କୁ ସର୍ବାଧିକ ମୂଲ୍ୟରେ ଦଳ ପାଇଁ କ୍ରୟ କରିଥିଲା। ମାକ୍ସୱେଲ ମଧ୍ୟକ୍ରମରେ ଦଳର ସ୍ଥିତି ସମ୍ଭାଳିବେ। ଡେଥ୍‌ ଓଭରରେ ସେଲ୍‌ଡନ୍ କଟ୍ରେଲ ଓ କ୍ରିସ୍‌ ଜୋର୍ଡାନ ସ୍ଥିତି ସମ୍ଭାଳିବେ। କ୍ରିସ୍ ଗେଲ , ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ ଆଇପିଏଲର ବିପଦଜ୍ଜନକ ଓପନର ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି। ୱେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ଆଇପିଏଲରେ ସଫଳତା ହାସଲ କରିଛନ୍ତି। ଗେଲ, ମୟଙ୍କ, ରାହୁଲ ଓ ପୁରନ ବ୍ୟାଟିଂ ସ୍ଥିତି ସମ୍ଭାଳିବାବେଳେ ମ୍ୟାକ୍ସୱେଲ ଅଲ୍‌ରାଉଣ୍ଡର ଭାବେ ଦାୟିତ୍ବ ନିର୍ବାହ କରିବେ। କଟ୍ରେଲ ଓ ଜୋର୍ଡାନଙ୍କ ବାଦ୍‌ ମହମ୍ମଦ ସାମି, ଜେମ୍ସ ନିଶାନ, ହାର୍ଡୁସ ଭିଜେନ, ଦର୍ଶନ ନାଲକାଣ୍ଡେ, ଅର୍ଷଦୀପ୍‌ ସିଂହ, ଓ ଇଶାନ ପୋରେଲଙ୍କ ଉପରେ ବୋଲିଂ ବିଭାଗ ନିର୍ଭର କରୁଛି। ସ୍ପିନ ବିଭାଗରେ ଆର. ଅଶ୍ବିନୀ, ମୁଜିବ୍‌ ଜୋର୍ଡାନ ପ୍ରମୁଖ ରହିଛନ୍ତି। କୌସ୍ତବ ଗୌସ୍ବାମୀ ଓ ବାମହାତୀ ସ୍ପିନର ଜେ ସୁଚିଥ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ଅନ୍ୟ ଦଳ ଗୁଡ଼ିକ ଅପେକ୍ଷା କିଙ୍ଗସ୍‌ ଏକାଦଶ ପଞ୍ଜାବ ବେଶ ଶକ୍ତିଶାଳୀ ରହିଛି। ବ୍ୟାଟିଂ, ବୋଲିଂ ବିଭାଗରେ ଦଳରେ ଏକାଧିକ ଷ୍ଟାର ଖେଳାଳି ରହିଛନ୍ତି। କୁମ୍ବଲେ ଓ ରାହୁଲ ଯୋଡ଼ିଙ୍କ ନିକଟରେ ଚଳିତ ସିଜିନରେ ଟାଇଟଲ ହାସଲ କରିବା ନେଇ ବଡ ସୁଯୋଗ ରହିଛି। ଉକ୍ତ ସିଜିନକୁ ରାହୁଲ ଓ କୁମ୍ବଲେ ଯୋଡ଼ି କିଭଳି ଭାବେ ପରିଚାଳନା କରୁଛନ୍ତି ତାହା ଉପରେ ନଜର ରହିଛି।

Comments are closed.