ନିଆଁ ଲାଗି ଘର ଭସ୍ମୀଭୂତ, ସହଯୋଗର ହାତ ବଢାଇଲା କୁଇ ସମାଜ ଯୁବ ପରିଷଦ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଅରାପାଜୁ ଗ୍ରାମପଂଚାୟତର ପେନାବାଲି ଗ୍ରାମର ଲଖିନ୍ଦ୍ର ଯାନୀଙ୍କ ଚାଳଘରେ ରାତି ତିନିଟା ବେଳେ ହଠାତ୍‍ ନିଆଁ ଲାଗି ଏକ ଗୁହାଳ ସମେତ ରହୁଥିବା ଚାଳଘର ଏବଂ ନଗଦ ୧୦ ହଜାର ଟଙ୍କା, ଧାନ, ଚାଉଳ ଇତ୍ୟାଦି ନିଆଁରେ ପୋଡିଯାଇ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ରାତିରେ ସମସ୍ତେ ନିଦରେ ଶୋଇ ଯାଇଥିବା ବେଳେ ପ୍ରଥମେ ଗୁହାଳ ଘର ପଟରୁ ନିଆଁ ଲାଗିଥିବା ବେଳେ ଦୁଇ ଦିନ ପୂର୍ବରୁ ଛପର ହୋଇଥିବା ଚାଳଘର ହୂତୁହୂତୁ ହୋଇ ଜଳିବା ବେଳେ ଲଖିନ୍ଦ୍ରଙ୍କ ଝିଅ ନିଆଁ ଲାଗିଥିବା ଜାଣିପାରି ପରିବାର ସମସ୍ତଙ୍କୁ ନିଦରୁ ଉଠାଇବା ସହ ଗ୍ରାମବାସୀଙ୍କୁ ଡାକିଥିଲେ।

ପରେ ତୁରନ୍ତ ଖଜୁରୀପଡ଼ା ଅଗ୍ନିଶମ ବିଭାଗକୁ ସୁଚନା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଆସି ନିଆଁକୁ ଆୟତ କରିଥିଲେ। ତେବେ ଇତି ମଧ୍ୟରେ ଘରର ସମସ୍ତ ଆସବାବ ପତ୍ର, ଧାନ, ଚାଉଳ ଲୁଗାପଟା, ବାସନକୁସନ ଏବଂ ଘରର ଖଟ ପଲଙ୍କ ସବ ନିଆଁରେ ଭସ୍ମୀଭୂତ ହୋଇଯାଇଥିଲା। ଅଗ୍ନିକାଣ୍ଡ ଖବର ପାଇ ଖଜୁରୀପଡ଼ା ତହସିଲଦାର ସ୍ୱପ୍ନିତା ନାୟକ ତୁରନ୍ତ ରାଜସ୍ୱ ନୀରିକ୍ଷକଙ୍କୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ସହ ପଲିଥିନ ଯୋଗାଇ ଦେଇଥିଲେ। ରାଜସ୍ୱ ନୀରିକ୍ଷକ ନିଆଁ ଲାଗିଥିବା ସମସ୍ତ ସମ୍ପତିର ଆକଳନ କରିଥିବା ବେଳେ ସରକାରୀ ସହାୟତା ମିଳିବାରେ ଜିଲ୍ଲା ପ୍ରସାଶନଙ୍କୁ ଅବଗତ କରାଯିବ ବୋଲି ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ କହିଛନ୍ତି। କିନ୍ତୁ ନିଜର ନଗଦ କଷ୍ଟ ଉପାର୍ଜିତ ୧୦ ହଜାର ଟଙ୍କା ଏବଂ ଜରୁରୀ କାଗଜ ପତ୍ର, ପିଲାମାନଙ୍କ ପାଠପଢା ବହିପତ୍ର, ଏବଂ ୫୦ ହଜାର ଟଙ୍କାର ସମ୍ପତିି ନଷ୍ଟ ହୋଇଯାଇଥିବା ଲଖୀନ୍ଦ୍ର କହିଛନ୍ତି।

ଅନ୍ୟପକ୍ଷରେ ଏହି ପିଡ଼ିତ ପରିବାରକୁ ଆଜି କନ୍ଧମାଳ କୁଇ ସମାଜ ଯୁବ ପରିଷଦ ସହାୟତାର ହାତ ବଢାଯାଇଛି। ଯୁବ ପରିଷଦର ସଦସ୍ୟମାନେ ପେନାବାଲି ଗ୍ରାମରେ ପହଞ୍ଚି ପ୍ରାରମ୍ଭିକ ପର୍ଯ୍ୟାୟରେ ନଗର ଅର୍ଥ ସହିତ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ପରିଷଦର ସଦସ୍ୟ ଅଚ୍ୟୁତ ଜାନୀ, ଭାବିନ୍ଦ୍ର କହଁର, ସୁଶାନ୍ତ ମଲିକ, ସାରଙ୍ଗ ପ୍ରଧାନ, ସୁବଳ ଦେହୁରୀ, ଅଜିତ୍‍ ଦେହୁରୀ, ସୋନୁ କୁମାର, ମୃତ୍ୟୁଞ୍ଜୟ ପ୍ରଧାନ, ସନ୍ତୋଷ ଝାଙ୍କର ସହ ବରଗୋଛା କୁଇ ସମାଜ ସଭାପତି ଲକ୍ଷ୍ମଣ ଝାଙ୍କର ଓ ସଂପାଦକ ଚନ୍ଦ୍ର କିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.