ରାଜଧାନୀରେ ଘନ କୁହୁଡ଼ି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖାଯାଇଛି। ଆସନ୍ତାକାଲି ମଧ୍ୟ ରହିପାରେ କୁହୁଡ଼ିର ଆଶଙ୍କା , ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାସହ ଅନୁଗୁଳ, ଦେବଗଡ଼, ସମ୍ବଲପୁର ଓ ଭୁବନେଶ୍ୱରରେ ମଧ୍ୟ କୁହୁଡ଼ିର ପ୍ରଭାବ ରହିବ। ବଙ୍ଗୋପସାଗର ଓ ଉପକୂଳ ଓଡ଼ିଶା ଉପରେ ସୃଷ୍ଟ ଗୁରୁଚାପ ପ୍ରଭାବରେ କୁହୁଡ଼ି ହୋଇଥିବା ନେଇ ଜଣାପଡ଼ିଛି। ବାୟୁରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ କୁହୁଡ଼ି ଦେଖାଯାଇଛି। ଏହାର ପ୍ର୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ କମିଥିବା ବେଳେ ତାପାମାତ୍ରା ବଢିଛି। ଆସନ୍ତା ୨୦ ରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୨୧ ପରେ ତାପାମାତ୍ରା କମିବ, ପୁଣି ଶୀତ ବୃଦ୍ଧି ପାଇବା ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Comments are closed.