ବାତ୍ୟା ଆଶ୍ରୟସ୍ଥଳୀରେ ତୁଣ୍ଡି ବାଣ୍ଟିଲେ କୁଡ଼ୁମି ସେନା

ପାଟଣା : ପାଟଣା ବ୍ଲକ ଓ ସାହାରପଡା ଅଞ୍ଚଳର ବିଭିନ୍ନ ପଞ୍ଚାୟତର ବିଦ୍ୟାଳୟମାନଙ୍କରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଓଡ଼ିଶା କୁଡ଼ୁମି ସେନା ପକ୍ଷରୁ ଆଜି ତୁଣ୍ଡି ବଣ୍ଟନ କରାଯାଇଛି। ଗୋଟିଏ ଗୋଟିଏ ବିଦ୍ୟାଳୟରେ ୫୦ରୁ ଉର୍ଦ୍ଧ ଲୋକ ଆଶ୍ରୟ ନେଇଥିବାରୁ କରୋନା ସଂକ୍ରମଣ ନ ବ୍ୟାପିବା ପାଇଁ ଓଡ଼ିଶା କୁଡ଼ୁମି ସେନାର ରାଜ୍ୟ ଉପସଭାପତି ମିତଭାନୁ ମହାନ୍ତ, ରାଜ୍ୟ କୋଷାଧ୍ୟକ୍ଷ ତଥା ଗଣମାଧ୍ୟମ ପ୍ରମୁଖ ଲମ୍ବୋଦର ମହାନ୍ତ ଓ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତ ପ୍ରମୁଖ ବିଭିନ୍ନ ଆଶ୍ରୟସ୍ଥଳ ବୁଲି ବିସ୍କୁଟ ଓ ତୁଣ୍ଡି ବଣ୍ଟନ କରିଛନ୍ତି। ବିଭିନ୍ନ ଆଶ୍ରୟସ୍ଥଳକୁ ଯିବା ରାସ୍ତାରେ ପଡି ରହିଥିବା ବାଉଁଶ ବୁଦାକୁ କୁଡ଼ୁମି ସେନା ନେତାମାନେ କାଟି ରାସ୍ତା ମଧ୍ୟ ସଫା କରିଥିବା ଦେଖା ଯାଇଥିଲା।

Comments are closed.