ଧାନବେଣୀ ଠାରେ ପିଛୁଳି ଦେଶକରମ କମିଟିର ଜାୱା ଉଠା ପରବ

ପାଟଣା : କୁଡୁମି ଜନଜାତିର ୧୨ ମାସରେ ୧୩ ପରବର ପ୍ରଥମ ପରବ କରମ ପରବ । କରମ ପରବର ଜାୱା ଉଠା କାର୍ଯ୍ୟକ୍ରମ ଦେଶକରମ ପିଛୁଳି କମିଟି ଦ୍ଵାରା ପବିତ୍ର ବୈତରଣୀ ପୀଠ ଧାନବେଣୀ ଠାରେ କୁଡୁମି ରୀତି ପରମ୍ପରା ଅନୁଯାୟୀ ଧୁମଧାମରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ସଂସ୍କୃତିପ୍ରେମୀ ପୁରୁଷ ଓ ମହିଳା ଯୋଗ ଦେଇ କରମ ଗୀତ ଓ ମାଦଲ ବାଦ୍ୟର ତାଳେ ତାଳେ ଝୁମିଥିଲେ। ବୈତରଣୀ ତୀର୍ଥ ନିକଟରେ ଥିବା କୁଡୁମି ଜନଜାତିର ଗର୍ବ ପ୍ରଥମ ବୀର ସହିଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତିରେ ସମ୍ମାନପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
Related Posts
ଓଡ଼ିଶା କୁଡୁମି ସେନାର ସଂସ୍କୃତି ବଞ୍ଚାଅ ଅଭିଯାନରେ ପିଛୁଳି ଦେଶକରମ କମିଟି ସାମିଲ ହୋଇଥିବାରୁ ଓଡିଶା କୁଡୁମି ସେନା ତରଫରୁ କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ଧାନବେଣୀଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଓଡିଶା କୁଡୁମି ସେନା ରାଜ୍ୟ ସଭାପତି ଦିବ୍ୟସିଂହ ମହାନ୍ତ ଓ କୋଷାଧ୍ୟକ୍ଷ ତଥା ଗଣମାଧ୍ୟମ ମୁଖପାତ୍ର ଲମ୍ବୋଦର ମହାନ୍ତ, ରାଜ୍ୟ ସଂଯୋଜକ ଦୁଃଶାସନ ମହାନ୍ତ, ଉପଦେଷ୍ଟା ଅଶୋକ କୁମାର ମହାନ୍ତ, ପାଟଣା ବ୍ଲକ ସାଧାରଣ ସମ୍ପାଦକ ତ୍ରିନାଥ ମହାନ୍ତ, ଉପସଭାପତି ଖଗେଶ୍ବର ମହାନ୍ତ, ହିମାଂଶୁ ମହାନ୍ତ, ପିଛୁଳି ଦେଶକରମ କମିଟିର ସଭାପତି ମାଣିକରାମ ମହାନ୍ତ, ସମ୍ପାଦକ ଜଗବନ୍ଧୁ ମହାନ୍ତ, ଦୁର୍ଯ୍ୟୋଧନ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ରମାକାନ୍ତ ମହାନ୍ତ, ସିପ୍ରା ମହାନ୍ତ, କୁନ୍ତଳା ମହାନ୍ତ, ଗୌରୀ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ଧାନବେଣୀ କରମ କମିଟି ତରଫରୁ ଉପସ୍ଥିତ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।
Comments are closed.