କୁଡାନ୍କୁଲମ୍ ପରମାଣୁ କେନ୍ଦ୍ର : ପ୍ରଥମ ୟୁନିଟରୁ ପୁଣି ଶକ୍ତି ଉତ୍ପାଦନ ଆରମ୍ଭ
ମରାମତି ପାଇଁ ମେ’ ମାସରେ ଏହାକୁ ବନ୍ଦ ରଖାଯାଇଥିଲା।

ଚେନ୍ନଇ : କୁଡାନ୍କୁଲମ୍ ପରମାଣୁ କେନ୍ଦ୍ରର ପ୍ରଥମ ୟୁନିଟ୍ ସୋମବାର ଶକ୍ତି ଉତ୍ପାଦନ ଆରମ୍ଭ କରିଛି। ପ୍ରଥମେ ଏଥିରୁ ୪୦୦ ମେଗାୱାଟ୍ ଶକ୍ତି ଉତ୍ପାଦନ କରାଯାଉଛି ଓ ପରେ ଏହା ପର୍ଯ୍ୟାୟ ଭିତ୍ତିରେ ୧ହଜାର ମେଗାୱାଟ୍ ଶକ୍ତି ଉତ୍ପାଦନ କରିବ। ଗତ ମେ ମାସରେ ମରାମତି ପାଇଁ ଏହାକୁ ବନ୍ଦ ରଖାଯାଇଥିଲା।
ଭାରତ ଓ ରୁଷର ବୈଜ୍ଞାନିକମାନେ ପରମାଣୁ କେନ୍ଦ୍ରର ପ୍ରଥମ ୟୁନିଟ୍ର ମରାମତି କାର୍ଯ୍ୟ କରିଛନ୍ତି। ଇତିମଧ୍ୟରେ ୧ ହଜାର ମେଗାୱାଟ୍ ଶକ୍ତି ସମ୍ପନ୍ନ ଦ୍ୱିତୀୟ ୟୁନିଟ୍କୁ ମଧ୍ୟ ମରାମତି କରାଯାଇଛି ଓ ଏଥିରୁ ଶକ୍ତି ଉତ୍ପାଦନ ଆରମ୍ଭ ହୋଇଯାଇଛି। ଜୁଲାଇ ମାସରେ ଏଥିରେ କିଛି ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। କୁଡାନକୁଲମ୍ ପରମାଣୁ ଶକ୍ତି କେନ୍ଦ୍ର ଭାରତୀୟ ପରମାଣୁ ଶକ୍ତି ନିଗମ ଦ୍ୱାରା ପରିଚାଳିତ ହେଉଛି। ରୁଷ ସହାୟତାରେ ୨୦୧୩ ଅକ୍ଟୋବର ମାସରେ ଏହାର ନିର୍ମାଣ କରାଯାଇଥିଲା।