ଚାକିରୀରୁ ଅବସର ପରେ କୁଚିଣ୍ଡା ବିଇଓ ନିଲମ୍ବିତ

କୁଚିଣ୍ଡା : କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ ନାଏକ ଭିଜିଲାନ୍ସ ଦ୍ୱାରା ଗିରଫ ହେବାର ଦେଢମାସ ପରେ ଓ ଚାକିରୀରୁ ଅବସର ନେବା ପରେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ପିଛିଲା ତାରିଖରୁ ନିଲମ୍ବନ କରିଥିବା ସୂଚନା ହସ୍ତଗତ ହୋଇଛି। ଅନ୍ୟପକ୍ଷେ ତାଙ୍କ ବିରୋଧରେ ଉଠିଥିବା ବିଭିନ୍ନ ଅଭିଯୋଗର ତଦନ୍ତ ପାଇଁ ସରକାର ପଦକ୍ଷେପ ନେବାକୁ ନିର୍ଦେଶ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟଯେ କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଭାବେ ପ୍ରଫୁଲ୍ଲ କୁମାର ନାଏକ ଅବସ୍ଥାନ କାଳରେ ନାନା ଜାଲିଆତି ଓ ଦୁର୍ନିତି କରି ବିବାଦୀୟ ହୋଇପଡିଥିଲେ। ସେ ଶିକ୍ଷକଙ୍କ ଠାରୁ ବିଭିନ୍ନ ଆଳରେ ଲକ୍ଷ ଲକ୍ଷ ଟଙ୍କା ଠୁଳ କରିବା ଅଭିଯୋଗ କ୍ରମେ ଗତ ଜୁଲାଇ ମାସ ୧୦ତାରିଖ ଦିନ ଭିଜିଲନ୍ସ ଦ୍ୱାରା ଗିରଫ ହୋଇ ୧୨ଦିନ ଜେଲ ହାଜତରେ ରହିଥିଲେ। ପରେ ଜୁଲାଇ ୩୦ତାରିଖ ଦିନ କାର୍ଯ୍ୟରେ ଯୋଗାଦାନ କରି ୩୧ତାରିଖ ଦିନ ଅବସର ନେଇଥିଲେ।ଏହି ମାମଲାକୁ ନେଇ କୁଚିଣ୍ଡା ଅଞ୍ଚଳର ବିଭିନ୍ନ ସଂଗଠନ ଉଦବେଗ ପ୍ରକାଶ କରି ତୀବ୍ର ଭର୍ସନା କରି ଏହାର ତଦନ୍ତ ଦାବି କରିଥିଲେ। ପରେ ଶିକ୍ଷା ଓ ଗଣ ଶିକ୍ଷା ବିଭାଗ ଗତ ୨୦ତାରିଖ ଦିନ ପତ୍ରସଂଖ୍ୟା ଏସଏମଇ-ଏଫଇ-କେସ୨-୦୦୦୬-୨୦୨୦ ର ୧୧୨୫୬ରେ ଅବସରପ୍ରାପ୍ତ ବିଇଓଙ୍କୁ ଗତ ଜୁଲାଇ ୧୦ତାରିଖ ଗିରଫ ଦିନଠାରୁ ନିଲମ୍ବନ କରାଯାଇଥିବା ଉଲ୍ଲେଖ କରିଛନ୍ତି। ଜଣେ ସରକାରୀ କର୍ମଚାରୀ ୪୮ଘଣ୍ଟା ଜେଲରେ ରହିଲେ ସ୍ୱତଃ ନିଲମ୍ବନ ବୋଲି ଧରାଯାଉଥିବା ବେଳେ ସମ୍ବଲପୁର ଜିଲା ଶିକ୍ଷା ଅଧିକାରୀ ଓ କୁଚିଣ୍ଡା ବ୍ଲକ ଶିକ୍ଷା କାର୍ଯ୍ୟାଳୟର କେତେକ ଅଧିକାରୀ ବିବିଦୀୟ ଶ୍ରୀ ନାଏକଙ୍କୁ କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିବା ଅଭିଯୋଗ ହୋଇଥିଲା।

ଏପରିକି ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ସମ୍ବର୍ଦ୍ଧନା ଦେଇଥିବା ନେଇ ଗଣମାଧ୍ୟମରେ ପ୍ରଚାର ହେବା ପରେ ଶିକ୍ଷା ବିଭାଗ ସମାଲୋଚନାର ସରବ୍ୟ ହୋଇଥିଲା। ସଂପ୍ରତି ତାଙ୍କ ନିଲମ୍ବନ ପରେ ଜେଲରୁ ବାହାରି କରିଥିବା ଫାଇଲ କାମର ବୈଧତା ନେଇ ନାନା ସଂଦେହ ପ୍ରକାଶ ପାଇଛି। ସଂପୃକ୍ତ ବିବାଦୀୟ ଦୁର୍ନିତିଖୋର ଅଧିକାରୀଙ୍କୁ ସହଯୋଗ କରୁଥିବା କୁଚିଣ୍ଡବ୍ୱ୍‍କ ଶିକ୍ଷା ବିଭାଗର ଅଧିକାରୀ ଓ ଜିଲା ପ୍ରଶାସନର କାର୍ଯ୍ୟକୁ ନେଇ ପୁଣି ସଂପ୍ରତି ନୁଆ ବିବାଦ ମୁଣ୍ଡ ଟେକିଥିବା ସୂଚନା ହସ୍ତଗତ ହୋଇଛି।

Comments are closed.