୬ଟି ମହାବିଦ୍ୟାଳୟର ଏନ୍‍ଏସ୍‍ଏସ୍‍ ପକ୍ଷରୁ ଅମୃତ ମହୋତ୍ସବ ପାଳିତ

କୁଚିଣ୍ଡା: ଜାତୀୟ ସେବା ସଂସ୍ଥା ପକ୍ଷରୁ ୬ଟି ମହାବିଦ୍ୟାଳୟ ମିଳିତ ଭାବେ କୁଚିଣ୍ଡା ଉପଖଣ୍ଡୀୟ ମହୁକୁମାରେ ସ୍ୱାଧିନତାର ୭୫ ବର୍ଷ ପାଳନ ସକାଶେ ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କୁଚିଣ୍ଡା, କୁନ୍ତରା, କେଶେଇବାହାଲ, ବାମରା, ଜମନକିରା ଓ ଲଇଡା ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଏକ ବଡଧରଣର ଶୋଭାଯାତ୍ରା କରିଥିଲେ। ଛାତ୍ରଛାତ୍ରୀ ମାନେ ତ୍ରୀରଙ୍ଗା ପତାକା ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ପରେ କୁଚିଣ୍ଡା ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ପଟେଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ କୁଚିଣ୍ଡା ବିଧାୟକ କିଶୋର ନାଏକ, କୁଚିଣ୍ଡା ନଗରପାଳ ପ୍ରଦ୍ୟୁତ ମହାନ୍ତି, ଉପଜିଲାପାଳ ଆଦିତ୍ୟ ଗୋଏଲ, ଏନଏସଏସର ଆଞ୍ଚଳିକା ନିର୍ଦେଶିକା ସରିତା ପଟେଲ,ଏନଏସଏସ ଅଧିକାରୀ ଡ. ରମେଶ ବେହେରା,ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ସଂଯୋଜକ ପ୍ର. ସୁମନ୍ତ କେର୍କେଟା,ଜିଲା ଅଧିକାରୀ ବିଶ୍ୱମୋହନ ଜେନା, ଅଧ୍ୟାପିକା ସୁଚିତ୍ରା ମିଶ୍ର ଯୋଗ ଦେଇ ଉଦବୋଧନ ଦେଇଥିଲେ। ଏନଏସଏସ ପ୍ରୋଗାମ ଅଧିାକାରୀ ତଥା ଅଧ୍ୟାପିକା ବେଲମତୀ କୁମୁରା ସଭା ସଂଯୋଜନା କରିଥିଲେ। ଅଧ୍ୟାପକ ଅଭିନ କିସାନ ସ୍ୱାଗତ ବକ୍ତବ୍ୟ ଓ କେ. ବେଗମ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.