କିରା ଆଦିବାସୀ ପଡ଼ାରେ ବ୍ୟାପୁଛି ହଇଜା

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡୀୟ ମହକୁମା ଠାରୁ ମାତ୍ର ୭କିଲୋ ମିଟର ଦୂର କିରା ଗ୍ରାମର ଆଦିବାସୀ ପଡ଼ାରେ ତିନି ଦିନ ଧରି ହଇଜା ବ୍ୟାପିବା ସହ ଜଣେ ବାଳକର ମୃତ୍ୟୁ ହୋଛି। ପ୍ରଶାସନ ସଜାଗ ହେବା ସହ ନିୟନ୍ତ୍ରଣ ପାଇଁ ତତ୍ପରତା ପ୍ରକାଶ କରିଥିବା ଦେଖାଯାଇଛି। ସଂପୃକ୍ତ ପଡ଼ାକୁ ଡାକ୍ତରୀଦଳ ପହଞ୍ଚି ଘର ଘର ବୁଲି ପରିସ୍ଥିତି ବୁଝିବା ସହ ପଦକ୍ଷେପ ନେଇଥିବା ସୂଚନା ହସ୍ତଗତ ହୋଇଛି।

ଗତ ତିନି ଦିନ ତଳେ ସଂପୃକ୍ତ ପଡ଼ାରେ ୧୦ରୁ ଉର୍ଦ୍ଧ ଛୁଆ ମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଜଣେ ୯ବର୍ଷ ବାଳକର ମୃତ୍ୟୁ ପରେ ଏହି ଘଟଣା ଲୋକ ଲୋଚନକୁ ଆସିଥିଲା। ସମ୍ବଲପୁରର ଏକ ଡାକ୍ତରୀଦଳ ଏବଂ କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରୀଦଳ ଗାଁକୁ ପହଞ୍ଚ ଘର ଘର ବୁଲି ପରିସ୍ଥିତି ଯାଞ୍ଚ କରିଥିଲେ।

Comments are closed.