ଭୋଜପୁରରୁ ଚୋରୀ ବୁଲେଟ କେନ୍ଦୁଝରରୁ ଉଦ୍ଧାର, ୪ ଗିରଫ

କୁଚିଣ୍ଡା: କୁଚିଣ୍ଡା ଥାନା ଭୋଜପୁର ଗ୍ରାମରୁ ଘରେ ଥିବା ବୁଲେଟକୁ ଚୋରୀ କରିବାର ପ୍ରାୟ ଅଢେଇ ମାସ ପରେ କେନ୍ଦୁଝର ଜିଲା ବାମ୍ବାରୀ ଥାନାରୁ ଉଦ୍ଧାର ହୋଇଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ କେତେକ ଚୋର ଫେରାର ରହିଥବା କୁହାଯାଉଛି।

ସୂଚନାଯୋଗ୍ୟ ଯେ ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ମହୁକୁମାସ୍ଥ ନନ୍ଦୁ ବେହେରାଙ୍କ ଘର ସମ୍ମୁଖରେ ଥିବା ଏକ ବୁଲେଟରୁ ଗତ ଜୁନ ମାସରେ ଚୋରୀ କରିନେଇଥିଲେ। ଉକ୍ତ ରାତ୍ରରେ ଆଉ କାର ମଧ୍ୟ ଚୋରୀ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଛାଡି ଚାଲିଯାଇଥିଲେ। ମାତ୍ର ଉକ୍ତ ରାତ୍ରରେ ଏକାଧିକ ମୋବାଇଲ ଦୋକାନରୁ ମଧ୍ୟ ଚୋରୀ ହୋଇଥିଲା। ଏସଂକ୍ରାନ୍ତରେ କୁଚିଣ୍ଡା ଥାନାରେ ଏକାଧିକ ମାମଲା ରୁଜ୍ଜୁ ହୋଇଥିଲା। ସଂପ୍ରତି ଗତ ସପ୍ତାହରେ କେନ୍ଦୁଝର ଜିଲା ବଡବିଲ ନିକଟସ୍ଥ ବାମ୍ବାରୀ ଥାନା ଅଞ୍ଚଳରେ ଏକାଧିକ ଚୋରୀ ଦଶରୁ ଉର୍ଦ୍ଧ ଚୋରୀ ଗାଡି ବ୍ୟବହାର କରୁଥିବା ସଂକ୍ରାନ୍ତରେ ସେଠାକାର ପୁଲିସ ସୂଚନା ପାଇଥିଲେ। ସେହି ଆଧାରରରେ ଚଢାଉ କରିଥିବା ବେଳେ ପୁଲିସ ୧୦ରୁ ଉର୍ଦ୍ଧ ଦାମୀ ବାଇକ ଉଦ୍ଧାର କରିଥିଲେ। ଏପରିକି ଏହି ଚୋରୀ କାରବାରରେ ଏକ ର‍୍ୟାକେଟ୍‍ ଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ ପୁଲିସ ଚୋରୀ ଗାଡି ଗୁଡିକୁ ଉଦ୍ଧାର କରିବା ସହ ଯାଞ୍ଚ ବେଳେ ଗାଡି ମାଲିକ ଗୁଡିକର ସଂଦ୍ଧାନ ମିଳିଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗାଡିଜୁ ଉଦ୍ଧାର କରି ନନ୍ଦୁ ବେହେରାଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି। ସୂଚନା ଅନୁଯାଇ ଚୋର ମାନେ ଗାଡି ଚୋରୀ କରିବା ପରେ ଗାଡିର ନମ୍ବର ବଦଳ କରି ସେମାନେ ଚୋରରେ ବ୍ୟବହାର କରୁଥିଲେ। ଏପରିକି ଗରୀବ ଶ୍ରେଣୀର ଯୁବକ ମାନେ ଏପରି ରହିବା ଯୋଗୁଁ ସଂପୃକ୍ତ ଅଞ୍ଚଳରେ ନାନା ସଂଦେହ ପ୍ରକାଶ ପାଇଥିଲା। ଗାଁ ଲୋକଙ୍କ ସୂଚନା ଆଧାରରେ ଚଡାଉ ବେଳେ ଏହି ଘଟଣା ପ୍ରଘଟ ହୋଇଥିଲା। ଏଥିରେ ପୁଲିସ ୪ ଅଭିଯୁଂକ୍ତ ନିହାର ମହନ୍ତ, ସୁନୀଲ ଧବର, ଦୀପକ ଧିବର ଦାସ ଧିବରକୁ ପୁଲିସ ଗିରଫ କରିଛି।

Comments are closed.